ରାଜ୍ୟରେ ବସ୍ ଧର୍ମଘଟ ସ୍ଥଗିତ
ରାଜ୍ୟରେ ବସ୍ ଧର୍ମଘଟ ସ୍ଥଗିତ
ଭୁବନେଶ୍ବର: ରାଜ୍ୟବ୍ୟାପୀ ମଙ୍ଗଳବାରଠାରୁ ହେବାକୁ ଥିବା ଘରୋଇ ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଭିନ୍ନ ଭିନ୍ନ ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦିଆଯାଇଥିଲା । ଏହାପରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପରେ ୩ ଟି ଦାବି ପ୍ରାଥମିକ ପର୍ୟ୍ୟାୟରେ ପୂରଣ ହୋଇଛି। ବାକି ଦାବି ଗୁଡିକ ପାଇଁ ସରକାର ସମୟ ମାଗିଥିବା ମାଲିକ ସଂଘ ପକ୍ଷରୁ କୁହାଯାଇଚି। ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓଲ୍ହାଇବ ସଂଘ। ସ୍କ୍ରାପିଂ ପଲିସି କୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି।




admin 