ରାଜ୍ୟରୁ ଆଜି ୪୨୭୦ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ରାଜ୍ୟରୁ ଆଜି ୪୨୭୦ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 16, 2020 - 05:18
Updated: Sep 16, 2020 - 05:18
ଭୁବନେଶ୍ବର : ରାଜ୍ୟରେ ଆଜି ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୭୮ ଜଣ ଚିହ୍ନଟ ହୋଇଥିବାବେଳେ ୧୭୯୨ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୨ହଜାର ୯୨୦କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୬ ହଜାର ୪୭୩ ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୫ ହଜାର ୭୩୮ ଜଣ।
ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ରହିଥିବାବେଳେ ଅନୁଗୁଳୁରୁ ୧୪୭, ବାଲେଶ୍ବରରୁ ୧୫୦, ବରଗଡରୁ ୧୮୩, ଭଦ୍ରକରୁ ୫୫, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୨, କଟକରୁ ୩୭୪, ଦେବଗଡରୁ ୧୮,ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯୯, କେଉଁଝରରୁ ୮୭ , କୋରାପୁଟରୁ ୮୩, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୩୧ , ନବରଙ୍ଗପୁରରୁ ୮୬, ନୟାଗଡରୁ ୪୭, ନୂଆପଡାରୁ ୧୧୯, ପୁରୀରୁ ୨୮୭ , ରାୟଗଡାରୁ ୮୦, ସମ୍ବଲପୁର ୧୧୪ ଓ ସୋନପୁରରୁ ୭୪ ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ ୩୮ ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍ରୁ ୨୬୨ ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।