ରାଜା ଆଚାର୍ଯ୍ୟ ନାଁରେ ଏନଏସଏ

ରାଜା ଆଚାର୍ଯ୍ୟ ନାଁରେ ଏନଏସଏ

ରାଜା ଆଚାର୍ଯ୍ୟ ନାଁରେ ଏନଏସଏ
ଭୁବନେଶ୍ୱର:ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ଲାଗୁହେଲା । ଏନଏସଏ ହେଉଛି ଜାତୀୟ ନିରାପତା ଆଇନ । ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗୁ ହୋଇଛି । ପୋଲିସ କମିଶନର ଏନଏସଏ ଲାଗୁ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ରାଜା ଆଚାର୍ଯ୍ୟଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଏବେ ଜେଲରୁ ବାହାରିପାରିବେନି ରାଜା ଆଚାର୍ଯ୍ୟ । ସୂଚନାଯୋଗ୍ୟଯେ, ରାଜା ଆଚାର୍ଯ୍ୟ ନାମରେ ଅନେକ ସଂଗୀନ ଅପରାଧ ରହିଛି । ଏକଦା ଭୁବନେଶ୍ୱରରେ ରାଜା କୋକୁଆ ଭୟ ସୃଷ୍ଟି କରିଥିଲା । ବୁଦ୍ଧିଆ ସିଂଙ୍କ ପ୍ରଥମ କୋଚ ବିରଂଚିଙ୍କୁ ହତ୍ୟା କରି ସେ ଆଲୋଡ଼ନ ସୃଷ୍ଟି କରିଥିଲା । ଚୋରାରେ ସ୍କ୍ରାପ ବେପାର ବି କରୁଥିଲା । ତାକୁ ଗିରଫ କରି ଜେଲରେ ରଖାଯାଇଥିଲା । ତେବେ ଜେଲରୁ ଫେରିବା ପରେ ପୁଣି ରାଜା ଦାଦାଗିରି ଆରମ୍ଭ କରିଦେଇଥିଲା । ଫଳରେ ପୁଣି ଥରେ ତାକୁ ଗିରଫ କରାଯାଇଥିଲା । ବାରବାର ଅପରାଧ କରିବା ସହ ଲୋକଙ୍କୁ ଆତଙ୍କିତ କରୁଥିବାରୁ ରାଜା ନାମରେ ଜାତୀୟ ନିରାପତା ଆଇନ ବା ଏନଏସଏ ଲାଗୁ କରାଯାଇଛି ।