ରାଜନୀତିରୁ ସନ୍ନ୍ୟାସ ନେଲେ ଶଶୀକଳା

ରାଜନୀତିରୁ ସନ୍ନ୍ୟାସ ନେଲେ ଶଶୀକଳା

ରାଜନୀତିରୁ ସନ୍ନ୍ୟାସ ନେଲେ ଶଶୀକଳା
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା ବୁଧବାର ସନ୍ଧ୍ୟାରେ ଆକସ୍ମିକ ଭାବେ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ତାମିଲନାଡୁରେ ଆଉ କିଛି ସପ୍ତାହ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଯେ, ତାଙ୍କର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ରାଜ୍ୟରେ ଆଗାମୀ ନିର୍ବାଚନରେ ଡିଏମକେକୁ ହରାଇବା । ସେ ଏଆଇଏଡିଏମକେର ସମସ୍ତ ନେତା ଓ କର୍ମୀଙ୍କୁ ଏକଜୁଟ ରହିବାକୁ ଆହ୍ୱାନ କରିଛନ୍ତି । ଶଶୀକଳା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୁପି୍ରମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ୪ ବର୍ଷ ସଜ୍ଜା କାଟି ସାରିଛନ୍ତି । ମାତ୍ର କିଛି ସପ୍ତାହ ତଳେ ସେ ଜେଲରୁ ମୁକ୍ତ ହୋଇଥିଲେ ।