ରାଜଧାନୀରୁ ୯୩ କିଗ୍ରା ଗଞ୍ଜେଇ ଜବତ

ରାଜଧାନୀରୁ ୯୩ କିଗ୍ରା ଗଞ୍ଜେଇ ଜବତ

ରାଜଧାନୀରୁ ୯୩ କିଗ୍ରା ଗଞ୍ଜେଇ ଜବତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳରୁ ଗଞ୍ଜେଇ ଚାଲାଣ କରାଯାଉଥିବା ସମୟରେ ଏହି ଗଞ୍ଜେଇ ଜବତ କରାଯାଇଛି । ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି । ଏକ ବୋଲେରୋ ଗାଡିରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଗାଡଗି ମଧ୍ୟରେ ଚାମ୍ବର କରାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି । ସେହିପରି ବୋଲେରୋ ଗାଡିରୁ ଅନ୍ୟୁନ ୧୬ଟି ନମ୍ବର ପ୍ଲେଟ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।