ରାକ୍ଷୀ ପୂର୍ଣ୍ଣିମାରେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଂଟନ

ରାକ୍ଷୀ ପୂର୍ଣ୍ଣିମାରେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଂଟନ

ରାକ୍ଷୀ ପୂର୍ଣ୍ଣିମାରେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ବଂଟନ

ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ଢଙ୍ଗରେ ପାଳନ କରିଛି ଉଡ଼ ଫାୟାର  । ଭୁବନେଶ୍ୱରର ସଫେଇ କର୍ମଚାରୀମାନଙ୍କୁ ଉଡ଼ ଫାୟାର ପକ୍ଷରୁ ଖାଦ୍ୟ ପୁଡ଼ିଆ ବିତରଣ କରାଯାଇଛି  । ଏନେଇ ସଂସ୍ଥାର ମୁଖ୍ୟ ସନ୍ତୋଷ ଚୌଧୁରୀ କହିଛନ୍ତିଯେ, ସଫେଇ କର୍ମଚାରୀମାନେ ଦିନ ରାତି ପରିଶ୍ରମ କରି ଭୁବନେଶ୍ୱରକୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି  । ଲୋକମାନେ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଥିବାବେଳେ ସେମାନେ କିନ୍ତୁ ନିଜ କାମରେ ବ୍ରତୀ ରହିଛନ୍ତି  । ସେଥିପାଇଁ ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ଛକରେ ସଫେଇ କର୍ମଚାରୀମାନଙ୍କୁ ଉଡ଼ଫାୟାର ପକ୍ଷରୁ ଭାତ, ଡାଲମା, ମଟର ପନିର ତରକାରୀ ସହ ଗୋଲାପଜାମୁନ ଦିଆଯାଇଛି  । ସେମାନଙ୍କ ମୁହଁରେ ହସ ଫୁଟିଲେ ଆମକୁ ପ୍ରେରଣା ମିଳିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି  । ଏହି କାର୍ଯ୍ୟକ୍ରମରେ ଉଡ଼ଫାୟାର ପକ୍ଷରୁ ସମ୍ଭବ ଚୌଧୁରୀ, ଚିନ୍ମୟୀ ଭୂୟାଁ, ଦିଲୀପ ସେଠୀ ଓ ଜିତେନ ସାହୁ ପ୍ରମୁଖ ସାମିଲ ହୋଇଥିଲେ  ।