ରାଇମୋହନ ପରିଡ଼ା ଙ୍କ ଆତ୍ମହତ୍ୟା

ରାଇମୋହନ ପରିଡ଼ା ଙ୍କ ଆତ୍ମହତ୍ୟା

ରାଇମୋହନ ପରିଡ଼ା ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ସିନେମା ଜଗତକୁ ଝଟକା। ଯାତ୍ରା ଜଗତ ପାଇଁ ଅପୂରଣୀୟ କ୍ଷତି । ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବେକରେ ଶାଢୀ କପଡା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଏତେ ବଡ଼ ଅଭିନେତା କାହିଁକି ଆତ୍ମହତ୍ୟା କଲେ ତାହା କିଛି ସ୍ପଷ୍ଟ ଜଣାପଡିନାହିଁ । ନିଜ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ତାଙ୍କ ପଳାଶୁଣୀ ସ୍ଥିତ ପ୍ରାଚୀବିହାର ନିକଟ ବାସଭବନରେ ପହଞ୍ଚିଛି । ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଓଲିଉଡ ଠାରୁ ଆରମ୍ଭ କରି ଜଲିଉଡ ସବୁଠି ଶୋକର ଛାୟା ଖେଳିଯାଇଛି । ଏହି ଖବରକୁ କେହି ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ଖଳନାୟକ ଭାବରେ ଘରେ ଘରେ ପରିଚିତ ଥିଲେ ରାଇମୋହନ । ସବୁବେଳେ ହସଖୁଲିର ରହୁଥିବା ବ୍ୟକ୍ତିତ୍ୱ କିପରି ଏପରି ଆତ୍ମହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି ।