ରଥ ନିର୍ମାଣ ଆରମ୍ଭ ହେଉ ହେଉ ବିଘ୍ନ : ରଥ ଖଳାରୁ ୩ ମହାରଣା ଓ ୫ ଭୋଇ ସେବକ ପଜିଟିଭ

ରଥ ନିର୍ମାଣ ଆରମ୍ଭ ହେଉ ହେଉ ବିଘ୍ନ : ରଥ ଖଳାରୁ ୩ ମହାରଣା ଓ ୫ ଭୋଇ ସେବକ ପଜିଟିଭ

ରଥ ନିର୍ମାଣ ଆରମ୍ଭ ହେଉ ହେଉ ବିଘ୍ନ : ରଥ ଖଳାରୁ ୩ ମହାରଣା ଓ ୫ ଭୋଇ ସେବକ ପଜିଟିଭ
ପୁରୀ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରଥ ନିର୍ମାଣ ଆରମ୍ଭ ହେଉ ହେଉ ବିଘ୍ନ ଦେଖାଦେଇଛି । କାରଣ ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାର ଦ୍ୱିତୀୟ ଲହରରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତୁ୍ୟ ହୋଇଛି । ଜଣେ ଜେଟିପିଙ୍କର ସଂକ୍ରମଣରେ ମୃତୁ୍ୟ ନେଇ ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।