ରଥକାଠ ଚିରଟ ଅନୁକୂଳ ଆଜି
ରଥକାଠ ଚିରଟ ଅନୁକୂଳ ଆଜି
ପୁରୀ: ଶ୍ରୀରାମ ନବମୀ ଅବସରରେ ଆଜି ରଥ କାଠ ଚିରଟ ଅନୁକୂଳ ହେବ । ରଥ ନିର୍ମାଣ ପରମ୍ପରା ଅନୁସାରେ ରାମନବମୀରେ କାଠ ଚିରଟର ଶୁଭାରମ୍ଭ ହୁଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯାତ୍ରା କରିବେ । ଖପୁରିଆ ସ୍ଥିତ କରତକଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଅନୁକୂଳ ହେବ ।
ସରସ୍ୱତୀ ପୂଜା ଦିନ ବଡ଼ଦାଣ୍ଡରେ ରଥ କାଠ ଅନୁକୂଳ ପୂର୍ବରୁ ପ୍ରଥମ ଦଫାରେ ଆସିଥିଲା ୬୩ଖଣ୍ଡ କାଠ । ଏହାପରେ ୩୪ଟି କାଠ ଆସିଲା ବଡ଼ଦାଣ୍ଡ ରଥଖଳାକୁ । ଇତିମଧ୍ୟରେ ଚିରଟ ପାଇଁ କଟକ ଖପୁରିଆ ସ୍ଥିତ କରତ କଳରେ ମଧ୍ୟ ୨୪ ଖଣ୍ଡ କାଠ ପହଞ୍ଚିଛି ।




admin 