ରଙ୍ଗନମ୍ବର ପ୍ରେମର କରୁଣ ପରିଣତି ।
ରଙ୍ଗନମ୍ବର ପ୍ରେମର କରୁଣ ପରିଣତି ।
admin
Jun 8, 2020 - 05:52
Updated: Jun 8, 2020 - 05:52
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଯାଇଛି ଏକ ଲଜ୍ୟାଜନକ ଘଟଣା । ରଙ୍ଗନମ୍ବରରେ ପ୍ରେମ ତାପରେ ଦୁଷ୍କର୍ମର ଶିକାର । ସବୁଠାରୁ ବଡକଥା ହେଲା ଦୁଷ୍କର୍ମକାରୀ ଜଣକ ୪ଟି ଛୁଆର ବାପା । ଖବର ଜାଣିବା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।
ଅଭିଯୁକ୍ତ ଚେନ୍ନାଇରେ କାମ କରୁଥିବା ବେଳେ ବାଙ୍ଗିରିପୋଷି ଅଂଚଳର ଜଣେ ମହିଳାଙ୍କ ସହିତ ରଙ୍ଗନମ୍ବରରୁ ପ୍ରେମ ସଂପର୍କ ଗଢିଉଠିଥିଲା। ଗତ ତିନି ତାରିଖ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ମୋଟର ସାଇକେଲରେ ନେଇ ତାଳବଂଧଠାରେ ଏକ ଡୁଙ୍ଗୁରୀ ପାଖ ପୋଖରୀ ହୁଡ଼ାରେ ଦୁଷ୍କର୍ମ କରିଥିବା ବାଙ୍ଗିରିପୋଷି ଥାନାରେ ଅଭିଯୋଗ ହୋଇଛି। ବିବାହ କରିବା ପାଇଁ ଯୁବକ ରାଜି ନ ହେବାରୁ ମହିଳା ପୁଲିସର ଦ୍ବାରସ୍ଥ ହୋଇଥିଲେ। ବାଙ୍ଗିରିପୋଷି ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟ ଙ୍କ ଡାକ୍ତରୀ ମାଇନା ମଧ୍ୟ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।