ଯୁବାବସ୍ଥାରେ କେଶ, ଦାଢି ଧଳା ହେବାର କାରଣ କ’ଣ ଜାଣନ୍ତୁ

ଯୁବାବସ୍ଥାରେ କେଶ, ଦାଢି ଧଳା ହେବାର କାରଣ କ’ଣ ଜାଣନ୍ତୁ

ଯୁବାବସ୍ଥାରେ କେଶ, ଦାଢି ଧଳା ହେବାର କାରଣ କ’ଣ ଜାଣନ୍ତୁ

 ଧଳା ଚୁଟି ଓ ଦାଢି ବୟସ୍କ ବ୍ୟକ୍ତିଙ୍କ ପରିଚୟ  । ହେଲେ ଆଜିର ସମୟରେ କମ ବୟସର ବ୍ୟକ୍ତିଙ୍କ ଠାରେ ମଧ୍ୟ ପାଚିଲା ବାଳ ଓ ଦାଢି ଥିବା ଦେଖିବାକୁ ମିଳୁଛି  । ଏବେ ୨୫ ରୁ ୩୦ ବର୍ଷ ପିଲାଙ୍କ ଠାରେ ମଧ୍ୟ ଦାଢି ଧଳା ହୋଇଯିବା ଦେଖିବାକୁ ମିଳୁଛି  । କେହି କେହି ଧଳା ଦାଢିକୁ ଲୁଚାଇବା ପାଇଁ କ୍ଲିନ ସେଭ କରନ୍ତି  । ଆଉ କେହି ଏହାକୁ କଳା କରିଥାନ୍ତି  । ଦାଢି ଧଳା ହେବାର ଅନେକ କାରଣ ରହିଛି  । ହେଲେ ମୁଖ୍ୟ କାରଣ ହେଉଛି ଭୁଲ ଲାଇଫ୍ଷ୍ଟାଇଲ ଓ ଖାଦ୍ୟ ପାନୀୟ  । ଏହି ଆଦତକୁ ପରିବତ୍ତନ କଲେ କମ ବୟସରେ ଦାଢି  ଓ ଚୁଟି ଧଳା ହେବାରୁ ରକ୍ଷା ପାଇବେ  ।

ଦାଢି ଧଳା ହେବା ପଛର କାରଣ

୧. ଚାପ :

ଆଜିକାଲି ସମୟରେ କମ୍ପିଟେସନ ଏତେ ବଢିଯାଇଛି ଯେ ଲୋକେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ଲାଗନ୍ତି  । ମଡର୍ଣ୍ଣ ସମୟର କମ୍ପିଟେସନରେ ନିଜର ହେଲଥ୍ ବିଷୟରେ ଭୁଲି ଯାଆନ୍ତି  । ଏହି ଚାପ କାରଣରୁ କମ ବୟସରେ ବି ଧଳା ହୋଇଯାଇଥାଏ  ।

୨. ଶରୀରରେ ମେଲୋନୀନ ଅଭାବ :

ମେଲୋନୀନ ଶରୀରରେ ମିଳୁଥିବା ଏମିତି ଏକ ପିଗମେଣ୍ଟ ଯାହା ବାଳ ଓ ଚର୍ମକୁ ଚମକାଇ ଥାଏ  । ଯେତେବେଳେ ଶରୀରରେ ଏହାର ଅଭାବ ହୁଏ ଦାଢି ସଫା ହେବାକୁ ଲାଗିଥାଏ  । ତେଣୁ ଏହାର ଅଭାବ ପୁରଣ କରିବା ପାଇଁ ଯେତେ ପାରିବେ ସବୁଜ ପରିବା ଓ କୋଳି ଖାଇବେ  ।

୩. ଧୂମପାନ ଓ ମଦ୍ୟପାନ କାରଣ :

ଡ୍ରିଙ୍କ୍ସ ଓ ଧୂମପାନ ଅଭ୍ୟାସ ଦାଢି ଧଳା ହେବାର ମୁଖ୍ୟ କାରଣ ହୋଇଥାଏ  । କମ ବୟସରେ ନିଶା କରିବା ଯୋଗୁ ବ୍ଲଡ ଭେସେଲସରେ ପରିବର୍ତ୍ତନ ହୋଇ ବ୍ଲଡ ସର୍କୁଲେସନରେ ବାଧା ଆସିଥାଏ  । ଫଳରେ ଦାଢିର ରଂଗ ଧଳା ହୋଇଯାଏ  ।

୪. ପୋଷକ ତତ୍ତ୍ୱରେ ଅଭାବ :

ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେଲେ ଦାଢି ଧଳା ହୋଇଯାଇଥାଏ  । ତେଣୁ ଶରୀରକୁ ଉଚିତ ପୋଷକ ତତ୍ତ୍ୱ ଓ ଭିଟାମିନ ପହଞ୍ଚାଇବା କଥା  । ଏହା ଶରୀରକୁ ଫାଇଦା ପହଂଚାଇଥାଏ  ।