ଯୁବତୀଙ୍କ ସନ୍ଦିଗ୍ଧ ମୃତୁ୍ୟ , ୬ ଜଣ ଗିରଫ

ଯୁବତୀଙ୍କ ସନ୍ଦିଗ୍ଧ ମୃତୁ୍ୟ , ୬ ଜଣ ଗିରଫ

ଯୁବତୀଙ୍କ ସନ୍ଦିଗ୍ଧ ମୃତୁ୍ୟ , ୬ ଜଣ ଗିରଫ
ଭୁବନେଶ୍ୱର: ପୁରୀ ତଳଜଙ୍ଗ ନଇକୂଳସାହିରେ ଯୁବତୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣା । ଯୁବତୀଙ୍କ ପରିବାରର ୬ ଜଣ ପୁରୀ ପୋଳଇସ ଗିରଫ କରିଛି । ପ୍ରେସମିଟରେ ପୁରୀ ଏସଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି । ମୃତ ଯୁବତୀଙ୍କ ଭାଇ, ୩ ଦାଦା ଏବଂ ୨ ଦାଦାପୁଅ ଭାଇକୁ ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜବତ ହାଡର ଫୋରେନସିକ୍ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । କାଲି ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ହାଡ ଜବତ କରାଯାଇଥିଲା । ଆତ୍ମହତ୍ୟା ପରେ ପରିବାର ଲୋକେ ପୋଡି ଦେଇଥିବା କହିଥିଲେ । ପୋଲିସକୁ ଲୁଚାଇ ଶବ ପୋଡି ଦେଇଥିବାରୁ ମାମଲା ରୁଜୁ ହୋଇଥିଲା ବୋଲି ପୋଲିସ କହିଛି ।