ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା

ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା

ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା

ଜି.ଉଦୟଗିରି : କଳିଙ୍ଗା ଘାଟିର ଅନ୍ଧାରୀକୋଟି ନିକଟରେ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଲେ ଏକାଧିକ ଯାତ୍ରୀ। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛି।ବସ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ସୂଚନା ମୁତାବିକ, ସୋହନ ନାମ ଘରୋଇ ଯାତ୍ରୀବାହୀ ବସ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା। ଫଳରେ ସାଇନ୍ ବୋର୍ଡରେ ପିଟି ହୋଇ ବସ୍‌ଟି ସାମ୍ନା ଭାଗ ଭାଙ୍ଗିଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ୪ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନେକ ଯାତ୍ରୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।