ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ
ଭୁବନେଶ୍ବର : ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠଙ୍କର ଆଜି ପରଲୋକ ଘଟିଛି । ଯାତ୍ରାରେ ନକରାତ୍ମକ ଭୂମିକା ପାଇଁ ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଥିବା ଭିକୁ ସେଠ ଓରଫ ମହେନ୍ଦ୍ର ଦାସଙ୍କର ୫୫ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲ ନିଆଯାଉଥିବା ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିବା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ସମ୍ପର୍କୀୟ ମାନେ ସୂଚନା ଦେଇଛନ୍ତି ।