ଯାଆଁଳା ସନ୍ତାନର ଜନକ ହେଲେ ଦିନେଶ

ଯାଆଁଳା ସନ୍ତାନର ଜନକ ହେଲେ ଦିନେଶ

ଯାଆଁଳା ସନ୍ତାନର ଜନକ ହେଲେ ଦିନେଶ

 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଯାଆଁଳା ସନ୍ତାନର ଜନକ ହୋଇଛନ୍ତି। ଦିନେଶ ଓ ପତ୍ନୀ ସ୍କ୍ୱାସ ତାରକା ଦୀପିକା ପାଲିକଲ ଏ ବାବଦରେ ସୂଚନା ଦେଇଛନ୍ତି। ଗୁରୁବାର ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ପତ୍ନୀ ଏବଂ ଯାଆଁଳା ପୁଅଙ୍କ ସହ ଏକ ଫଟୋ ମଧ୍ୟ କାର୍ତ୍ତିକ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଆମେ ଏବେ ୩ରୁ ୫ ହେଲୁ ବୋଲି ଉଲ୍ଲେଖ କରିଛନ୍ତି। ଦୀପିକା ଓ ମୁଁ ଏବେ ଦୁଇ ଜଣ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପାଇଲୁ” ବୋଲି କାର୍ତ୍ତିକ ଏହି ଫଟୋର ଶିରୋନାମାନରେ ଲେଖିଛନ୍ତି । ଦୀନେଶ ଓ ଦୀପିକା ଏହି ଦୁଇ ନବଜାତକ ସନ୍ତାନର ନାମ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ରଖିଛନ୍ତି।

 ସୂଚନାଯୋଗ୍ୟ ଯେ ୨୦୧୫ରେ କାର୍ତ୍ତିକ ଓ ଦୀପିକା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ପରମ୍ପରାରେ ବିବାହ କରିଥିଲେ ।