ମା ହେବାକୁ ଯାଉଛି ରାଣୀ, ବାଳୁଙ୍ଗାମୀ ଛାଡି ଦେଇଛି ବାବୁଲା
ସମ୍ବଲପୁର ଚିଡିଆଖାନାରୁ ଆସିଲା ଖୁସି ଖବର । ନୂଆପଡାରୁ ଆସିଥିବା ହିଂସ୍ର ବାଘକୁ ମିଳିଲା ସାଥି । ନିଃସଙ୍ଗ ହୋଇ ରହୁଥିବା ବାଘୁଣୀ ମଧ୍ୟ ପାଇଲା ସାଥି । ପୂର୍ବରୁ ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣି ଏକା ରହୁଥିଲା । ସେପଟେ ନୂଆପଡାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ଖିଆ କଲରାପତରିଆ ବାଘକୁ ସମ୍ବଲପୁର ଚିଡ଼ିଆଖାନାକୁ ଅଣାଯାଇଥିଲା । ହିଂସ୍ର ଥିବା ବାଘକୁ ୮ ମାସ ଧରି ଏକା ରଖାଯିବା ସହ ସେପ୍ଟେମ୍ବର ୨୦୨୪ ପର୍ୟ୍ୟନ୍ତ ସେ କ୍ୟୁରେଣ୍ଟାଇନରେ ରହିଲା କ୍ଷ ହିଂସ୍ର ବାଘର ଆଚରଣ ଧିରେ ଧିରେ ପରିବର୍ତ୍ତନ ହେବା ପରେ ତାକୁ ରାଣି ରହୁଥିବା ଏନକ୍ଲୋଜର ଭିତରେ ଛଡା ଯାଇଛି । ରାଣିକୁ ଦେଖିବା ପରେ ତା ଆଚରଣରେ ଆହୁରି ପରିବର୍ତ୍ତନ ଆସିଛି । କିଛିଦିନ ହେଲାଣି ଦୁଇ ବାଘ ଏକତ୍ରିତ ଦେଖିବାକୁ ବୁଲୁଥିବା ଓ ଖେଳୁଥିବା ଦେଖିବାକୁ ମିଳିଛି । ୧୯୮୨ ମସିହାରେ ନନ୍ଦନକାନନରେ ପ୍ରଥମେ କଲରାପତରିଆ ବାଘ ଛୁଆ ଜନ୍ମ କରିଥିଲେ କ୍ଷ ଏହାପରେ ଏହା ସମ୍ବଲପୁର ଚିଡିଆଖାନାରେ ହେବାକୁ ଯାଉଛି । ଯାହାକୁ ନେଇ ଚିଡିଆଖାନା କତୃପକ୍ଷ ବେଶ ଖୁସି ଅଛନ୍ତି ।




