ମୋଟୁ ଥାନା ଆଇଆଇସି ଗିରଫ
ମୋଟୁ ଥାନା ଆଇଆଇସି ଗିରଫ
ଭୁବନେଶ୍ୱର: ମାଲକାନଗିରି ମୋଟୁ ଥାନାର ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏ ନେଇ ଭିଜିଲାନ୍ସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି । ଗତକାଲି ସୁଶାନ୍ତଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରିରୁ ନିଜ ଘର କଟକ ଫୁଲନଖରା ଯିବାବେଳେ ବାଟରେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ତାଙ୍କ ଗାଡ଼ି ଅଟକାଇ ଏହି ଟଙ୍କା ଜବତ କରିଥିଲା । ତାଙ୍କ ଘର ତନଖିବେଳେ ଏକ ପ୍ଲଟ ସେଲ ଡିଡ୍ ମଧ୍ୟ ମିଳିଥିଲା । ନିକଟରେ ପତ୍ନୀଙ୍କ ନାଁରେ ୨୪ ଲକ୍ଷ ୯୦ ହଜାର ଟଙ୍କାର ପ୍ଲଟ କିଣିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏତେ ଟଙ୍କା କୁଆଡ଼ୁ ଆସିଲା? କେଉଁ ସୂତ୍ରରୁ ସେ ଏହି ଟଙ୍କା ପାଇଲେ? ଏସବୁ ବାବଦରେ ଭିଜିଲାନ୍ସ ପଚାରିଥିବା ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ରଖିପାରିନଥିଲେ । ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।




admin 