ମେ’ ୧ରୁ ତାତିରେ ବ୍ରେକ୍
ମେ’ ୧ରୁ ତାତିରେ ବ୍ରେକ୍
ଭୁବନେଶ୍ୱର: ଆହୁରି ଦୁଇଦିନ ଅସମ୍ଭାଳ ତାତି । ଜାଳିବ, ଭାଜିବ... ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ତେବେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ମେ’ ପହିଲାବେଳକୁ । ଏପରି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଏ ପୂର୍ବାନୁମାନ ଅନୁସାରେ ୧ରୁ ରାଜ୍ୟରେ କାଳବୈଶାଖୀ ବର୍ଷା ବଢ଼ିବ । ତା’ପରେ ଗରମ କମିପାରେ ।
ଆଜି ଅପରାହ୍ନ ଅଢେ଼ଇଟା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ, ସବୁଠୁ ତତଲା ସହର ପାଲଟିଥିଲେ ସମ୍ବଲପୁର ଓ ଝାରସୁଗୁଡ଼ା । ଉଭୟ ସ୍ଥାନରେ ପାରଦ ୪୩.୪ ଡିଗ୍ରୀ ସେଲସିୟସ ଲେଖାଏଁ ଥିଲା । ହୀରାକୁଦ ୪୨.୪ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଥିଲା । ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିବାବେଳେ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଝାଞ୍ଜି ପବନ ଦେହ ହାତ ଜାଳି ଦେଲା ଭଳି ଯନ୍ତ୍ରଣା ଦେଉଛି । ଆଇଏମଡି କହିଛି, ମେ’ ୧ ଓ ୨ରେ ପାରଦ ୨ ଡିଗ୍ରୀ ଖସିବ । କାଳବୈଶାଖୀ ହିଁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲଗାଇବ ।




admin 