ମୁହଁରେ ଏମିତି ବ୍ୟବହାର କରନ୍ତୁ ଟୁଥ୍ପେଷ୍ଟ, ଚକଚକ କରିବ ମୁହଁ
ମୁହଁରେ ଏମିତି ବ୍ୟବହାର କରନ୍ତୁ ଟୁଥ୍ପେଷ୍ଟ, ଚକଚକ କରିବ ମୁହଁ
ଭୁବନେଶ୍ଵର : ପ୍ରଥମେ ଆପଣ ଚେହେରାକୁ ଧୋଇ ଦିଅନ୍ତୁ । ପାଣି ଶୁଖିଗଲା ପରେ ଏକ ଚାମଚ ଟୁଥପେଷ୍ଟରେ କିଛି ଲେମ୍ବୁ ରସ ମିଶାଇ ତାହାର ଏକ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଓ ବେକରେ ସମାନ ଭାବେ ଲଗାଇ ଦିଅନ୍ତୁ । ୧୫ ମିନିଟ ପରେ ଏହାକୁ ହାଲକା ମସାଜ କରି ପାଣିରେ ଧୋଇ ଦିଅନ୍ତୁ । ଯଦି ଏହି ସମୟରେ ହଲକା ପୋଡିବା ପରି ଲାଗେ ତା ହେଲେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ବ୍ଲାକହେଡସ୍ରୁ ମୁକ୍ତି ପାଆନ୍ତୁବ୍ଲାକହେଡସ୍ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ । ଟୁଥ୍ପେଷ୍ଟକୁ ସ୍କ୍ରବ୍ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ । ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ । ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ ।ବ୍ରଣ ସମସ୍ୟା ବି ଦୂର ହେବମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା ।
ବୟସ ବଢିବା ସହ ଏହି ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଇଥାଏ । ବ୍ରଣ ହେବା ମାତ୍ରେ ଆପଣ ସେହି ଜାଗାରେ କିଛି ଟୁଥ୍ପେଷ୍ଟ ଲଗାଇ ଦିଅନ୍ତୁ । ଏହାଦ୍ୱାରା ବ୍ରଣ ଶୁଖିଯିବ । ଭାଙ୍ଗ ପଡିବା ଓ କଳା ଦାଗକୁ ବି ଲିଭାଇଥାଏବୟସ ବଢିବା ସହ ମହିଳାଙ୍କ ମୁହଁରେ ଭାଙ୍ଗ ପଡିବା ସହ କଳା ଦାଗ ସ୍ପଷ୍ଟ ବାରି ହୋଇପଡ । ଏପରି କ୍ଷେତ୍ରରେ ଆପଣ ଚେହେରାରେ ରାତିରେ ଟୁଥ୍ପେଷ୍ଟ ଲଗାଇ ଛାଡି ଦିଅନ୍ତୁ । ସକାଳେ ଏହାକୁ ଧୋଇ ଦିଅନ୍ତୁ । ଏହାବ୍ୟତୀତ ମୁହଁରୁ କଳା ଦାର ଦୂର କରିବାକୁ ଟୁଥ୍ପେଷ୍ଟ ସହ ଟମାଟୋ ରସ ମିଶାଇ ଚେହେରାରେ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଭାଙ୍ଗ ପଡିବା ସହ ଦାଗ ମଧ୍ୟ ଦୂର ହୋଇଥାଏ । ଅୟଲି ସ୍କିନ୍ ଟେନ୍ସନ ପଳାଇବମୁହଁରେ ଥିବା ଆବଶ୍ୟକତାଠାରୁ ଅଧିକ ଚୁଟି ସମସ୍ତଙ୍କ ଚିନ୍ତା ବଢାଇ ଦେଇଥାଏ । ଏପରି କ୍ଷେତ୍ରରେ ଟୁଥ୍ପେଷ୍ଟ ସହ ଲେମ୍ୱୁ ରସ ଓ ଲୁଣ ବା ଚିନି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁର ଅଧିକ ଚୁଟି ଥିବା ଜାଗାରେ ଲଗାଇ ଦିଅନ୍ତୁ । କିଛି ସମୟ ପରେ ଆସ୍ତେ ଆସ୍ତେ ଘଷନ୍ତୁ । ଏପରି କିଛି ଦିନ କରିବା ପରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ । ଅୟଲି ସ୍କିନ୍ ଲାଗି ମଧ୍ୟ ଟୁଥ୍ପେଷ୍ଟରେ ଲୁଣ ଓ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ସକାଳେ ଏପରି ପେଷ୍ଟ ମୁହଁରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ଚେହେରାର ବହୁ ସମସ୍ୟାରୁ ମୁକ୍ତି ପାଇପାରିବେ ।




admin 