ମୁଁ ବିଜେପିକୁ ଟୁକ୍‌ଡେ ଟୁକ୍‌ଡେ କରିବି: କ‌ହ୍ନେୟା

ମୁଁ ବିଜେପିକୁ ଟୁକ୍‌ଡେ ଟୁକ୍‌ଡେ କରିବି: କ‌ହ୍ନେୟା

ମୁଁ ବିଜେପିକୁ ଟୁକ୍‌ଡେ ଟୁକ୍‌ଡେ କରିବି: କ‌ହ୍ନେୟା

ନୂଆଦିଲ୍ଲୀ : ମୁଁ ବିଜେପିକୁ ‘ଟୁକ୍‌ଡେ ଟୁକ୍‌ଡେ’ କରିବି। ଏମିତି କହି ବର୍ଷିଛନ୍ତି କଂଗ୍ରେସର ଯୁବ ନେତା କହ୍ନେୟା କୁମାର। ଜେଏନ୍ୟୁରେ ବିବାଦୀୟ ଛାତ୍ର ଆନ୍ଦୋଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସର୍ବଦା ‘ଟୁକ୍ଡ଼େ-ଟୁକ୍ଡ଼େ ଗ୍ୟାଙ୍ଗ୍’ କହି ଆସୁଛି। ଏବେ କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବାପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି। କହ୍ନେୟା କହିଛନ୍ତି, ବିଜେପି ମତେ ‘ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍’ କହୁଛି ଏବଂ ମୁଁ ବିଜେପିର ‘ଟୁକ୍ଡ଼େ-ଟୁକ୍ଡ଼େ ’ କରିବି । ବିଜେପି ଗାନ୍ଧିଙ୍କୁ ନୁହେଁ ଗଡସେଙ୍କୁ ଜାତିର ଜନକ ବୋଲି ବିବେଚନା କରୁଛି ବୋଲି ମତ ଦେଇ କହ୍ନେୟା କହିଛନ୍ତି ଏଭଳି ମାନସିକତାକୁ ବିରୋଧ କରିବାକୁ ପଡ଼ିବ। ଏଥିପାଇଁ କଂଗ୍ରେସ ଦଳକୁ ସବୁଠୁ ସୁଦୃଢ଼ ହେବାକୁ ପଡ଼ିବ। ଯେଉଁମାନେ  କେବଳ ନିଜର ରାଜନୈତିକ କ୍ୟାରିୟର କଥା ଚିନ୍ତା କରୁଛନ୍ତି ସେମାନେ ଆଜି ବିଜେପିରେ ଯୋଗ ଦେଉଛନ୍ତି ବୋଲି କହ୍ନେୟା କହିଛନ୍ତି। କଂଗ୍ରେସ ନେତୃତ୍ବକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି। ଯେତେବେଳେ ଦେଶର ସର୍ବବୃହତ୍ ବିରୋଧୀ ଦଳ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସାମ୍ନା କରିବ।