ବିଜେଡିର ପିପିଲି ଉପନିର୍ବାଚନ ରଣନୀତି

ବିଜେଡିର ପିପିଲି ଉପନିର୍ବାଚନ ରଣନୀତି

ବିଜେଡିର ପିପିଲି ଉପନିର୍ବାଚନ ରଣନୀତି
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରାଜ୍ୟ ରାଜନୀତିକୁ ଶୀତ ଅବକାଶରେ ଉଷ୍ମ କରିଛି । ପିପିଲି ଉପନିର୍ବାଚନ ନେଇ ସମସ୍ତ ଦଳ ନିଜ ନିଜ ରଣନୀତି ଆରମ୍ଭ କରିବାକୁ ଲାଗିଲେଣୀ । ପିପିଲି ଆସନ ହାତେଇବାକୁ ସବୁ ଲାଗି ପଡିଲେଣୀ । ଏଥର ପିପିଲି ଉପନିର୍ବାଚନ ଯୋର ଜାର ମୁଲକ ତାର ଭାବେ ଦେଖିବାକୁ ମିଳିବ । ରାଜ୍ୟରେ ବିଜେଡିର ପିପିଲି ଉପନିର୍ବାଚନ ରଣନୀତି ବୈଠକ ବସିଥିଲା । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସ ଭବନରେ ବୈଠକ ବସି ଯାଇଛି । ଏହି ବୈଠକରେ ପିପିଲି ଓ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ସାମିଲ ଥିଲେ । ସ୍ଥାନୀୟ ନେତା ମଧ୍ୟ ବୈଠକ ଆଲୋଚନାରେ ଥିଲେ । ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି । ମହାରଥୀଙ୍କ ପରିବାରରୁ ପ୍ରତିନିଧି ପାଇଁ ସ୍ଥାନୀୟ ନେତା ଦାବି କରିଛନ୍ତି । ବୈଠକ ପରେ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମାନ୍ତରାୟ କହିଛନ୍ତି ମହାରଥୀଙ୍କ ପତ୍ନୀଙ୍କୁ ଟିକଟ ଦିଆଯାଉ ।