ମିଛ ମାମଲା : ପୁଲିସ ଅଧିକାରୀ ଗଣିବେ ୫ଲକ୍ଷ କ୍ଷତିପୂରଣ
ମିଛ ମାମଲା : ପୁଲିସ ଅଧିକାରୀ ଗଣିବେ ୫ଲକ୍ଷ କ୍ଷତିପୂରଣ
admin
Nov 12, 2020 - 09:41
Updated: Nov 12, 2020 - 09:41
ଭୁବନେଶ୍ୱର: ମିଛ ମାମଲା ଦର୍ଶାଇବା ପୋଲିସ ଅଧିକାରୀଙ୍କୁ ବେଶ୍ ମହଙ୍ଗା ପଡିଛି । ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ସେହି ମାମଲାରେ ଦୁଇ ଜଣଙ୍କୁ ଜେଲରେ ପୁରାଇବା ଘଟଣାରେ କ୍ଷତିପୂରଣ ଭରିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ଏହି ମାମଲାରେ ପୁଲିସ ଅଧିକାରୀ ଠାରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ୍ । ତେବେ ୨୦୧୮ ମସିହାରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ଏହାକୁ ନେଇ ଗିରଫ ଦୁଇ ଜଣ ବ୍ୟକ୍ତି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ବିଚାର କରି କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।ସମ୍ପୃକ୍ତ ପୁଲିସ ଅଧିକାରୀ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଠାରୁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଦୁଇ ମାସ ମଧ୍ୟରେ କାର୍ୟ୍ୟକାରୀ କରିବାକୁ କମିଶନ ଆଦେଶ ଦେଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଓକିଲ ବିଶ୍ୱପ୍ରିୟ କାନୁନଗୋ ସୂଚନା ଦେଇଛନ୍ତି।