ମାନସ ସ୍ୱାଇଁ ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ମାନସ ସ୍ୱାଇଁ ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ମାନସ ସ୍ୱାଇଁ ହତ୍ୟା ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନରେ ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ ଜଣ ଅଭଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି ।ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ନିରଞ୍ଜନ ସେଠୀ, ଝୁନା ଭୋଇ, ପରମେଶ୍ୱର ରାଉତ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ନାବାଳକ ବିବେକ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୦୨, ୩୬୦, ୩୬୩, ୩୬୪, ୪୬୫, ୪୭୧, ୨୦୧, ୨୧୨ ଓ ୩୪ରେ ମାମଲା ରୁଜୁ କରି ଚାଜର୍ସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।