ମହିଳା ପୁଲିସଙ୍କୁ ଗୁଳି କରି ମାରିବା ପରେ ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌, ପ୍ରେମ ପାଇଁ ହତ୍ୟା

ମହିଳା ପୁଲିସଙ୍କୁ ଗୁଳି କରି ମାରିବା ପରେ ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌, ପ୍ରେମ ପାଇଁ ହତ୍ୟା

ମହିଳା ପୁଲିସଙ୍କୁ ଗୁଳି କରି ମାରିବା ପରେ ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌, ପ୍ରେମ ପାଇଁ ହତ୍ୟା
ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ମହିଳା ପୁଲିସ୍‌ ସବ୍‌ ଇନ୍ସପେକ୍ଟରଙ୍କୁ ପ୍ରେମ ପାଇଁ ଗୁଳି କରି ହତ୍ୟା କରାଯାଇଛି। ନର୍ଥ-ୱେଷ୍ଟ ଦିଲ୍ଲୀ ନିକଟରେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ତାଙ୍କର ଜଣେ ସହଯୋଗ ହିଁ ଗୁଳି କରିଛନ୍ତି। ପ୍ରେମ ନିବେଦନ କରି ବିଫଳ ହେବା ପରେ ସେ ଏଭଳି କାଣ୍ଡ କରଛନ୍ତି । ଖାଲି ସେତିକି ନୁହେଁ ଏହି ଘଟଣା ପରେ ଯୁବକ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତି ୯.୩୦ରେ ୨୬ ବର୍ଷୀୟ ସବ୍‌ ଇନସପେକ୍ଟର ପ୍ରୀତି ଆହଲୱାଟ ରୋହୀନି ଅଞ୍ଚଳରେ ଥିବେ ମେଟ୍ରୋ ଷ୍ଟେସନ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଛି। ପୁଲିସ୍‌ ଏକାଡେମିରେ ପ୍ରୀତିଙ୍କ ସହଯୋଗୀ ଥିବା ଯୁବକ ହିଁ ୩ ରାଉଣ୍ଡ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛି। ଗୁଳି ପ୍ରୀତିଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ପ୍ରୀତିଙ୍କୁ ଗୁଳି କରିଥିବା ତାଙ୍କ ସହଯୋଗୀ ଦୀପାଂଶୁ ରାଠି ଘଟଣା ପରେ ହରିଆଣାର ସୋନିପତରେ ଆତ୍ମହତ୍ୟା କରିଛି। ପ୍ରୀତି ପୂର୍ବ ଦିଲ୍ଲୀର ପ୍ରତାଗଞ୍ଜ ଶିଳ୍ପାଞ୍ଚଳ ପୁଲିସ୍‌ ଷ୍ଟେସନରେ ନିୟୋଜିତ ଥିଲେ। ସୋନିପତର ଏହି ସବ୍‌ଇନ୍ସପେକ୍ଟର ରୋହୀନି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରୀତିଙ୍କୁ ଗୁଳି କରିଥିବା ଦୀପାଂଶୁ ମଧ୍ୟ ଜଣେ ସବ ଇନସପେକ୍ଟର। ସେ ପ୍ରୀତିକୁ ପ୍ରେମ କରୁଥିଲେ। ହେଲେ ପ୍ରୀତି ଏଥିରେ ରାଜି ହେଉ ନଥିଲେ। ଏହାର ବଦଲା ନେବାକୁ ସେ ଗୁଳିକାଣ୍ଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।