ମହିଳା ଏସଆଇଙ୍କ ମୃତଦେହ ଧରି ରାସ୍ତାରୋକ
ମହିଳା ଏସଆଇଙ୍କ ମୃତଦେହ ଧରି ରାସ୍ତାରୋକ
ବାଲିଗୁଡା : ଜି. ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ଘଟଣାରେ ଅଡୁଆ ବଢୁଛି । ୩୨ ଘଣ୍ଟା ପରେ ହେଲା ଜି.ଉଦୟଗିରି ଥାନା ଏସଆଇ ସ୍ୱାଗତିକା ବେହେରାଙ୍କ ଶବ ବ୍ୟବଚ୍ଛେଦ । ଏସପିଙ୍କ ପ୍ରତିଶ୍ରୁତି ପରେ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ରାଜି ହେବା ସହ ଧାରଣାରୁ ହଟିଥିଲେ । ରାତି ପ୍ରାୟ ୧୦ଟା ସମୟରେ ଏସଆଇଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ପରେ ତାଙ୍କ ଗାଁ ଖୋର୍ଦ୍ଧା ଜିଲ୍ଲା ନିରାକରପୁରକୁ ଅନ୍ତିମ ସଂସ୍କାର ପାଇଁ ମୃତଦେହ ଅଣାଯାଇଛି । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟ ନିକିରାଇରେ । ନିକିରାଇରେ ସ୍ୱାଗତିକାଙ୍କ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ନିରାକାରପୁର କଲେଜ ଛକରେ ମୃତଦେହ ରଖି ଗ୍ରାମବାସୀ ଧାରଣା ଦେଇଛିନ୍ତି । କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡକ ଅବରୋଧ କରିଛନ୍ତି ।
ଝୁଲନ୍ତା ଅବସ୍ଥାରେ ଏସଆଇଙ୍କ ମୃତଦେହ ତାଙ୍କ କ୍ୱାଟର୍ସରୁ ଉଦ୍ଧାର କରାଯାଇଥିଲା । ସ୍ୱାଗତିକା ମୃତ୍ୟୁ ପାଇଁ ଥାନା ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରିଥିଲେ ପରିବାର ଲୋକ । ନ୍ୟାୟ ଦାବିରେ ଥାନା ଆଗରେ ମୃତ ସ୍ୱାଗତିକାଙ୍କ ପରିବାର ଧାରଣା ଦେଇଥିଲେ । ପୋଲିସକୁ ପୋଲିସର ଅମାନୁସିକ ଅତ୍ୟାଚାର ପାଇଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଥିଲେ ।




admin 