ମହିଳାଙ୍କ ମୁଣ୍ଡକାଟ ଘଟଣା : ୨ ଅଭିଯୁକ୍ତ ଗିରଫ

ମହିଳାଙ୍କ ମୁଣ୍ଡକାଟ ଘଟଣା : ୨ ଅଭିଯୁକ୍ତ ଗିରଫ

ମହିଳାଙ୍କ ମୁଣ୍ଡକାଟ ଘଟଣା : ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରୁ ମସ୍ତକ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି । ପରିଚୟ ପାଇବା ପରେ ପୁଲିସ ତଦନ୍ତରେ ଅଗ୍ରଗତି କରିଛି । ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଉଭୟଙ୍କୁ ଚନ୍ଦକା ଥାନାରେ ଅଟକ ରଖି କମିଶନରେଟ ପୁଲିସ ପଚରାଉଚୁରା କରିବା ସହ ସିନ ରିକ୍ରିଏଟ ପାଇଁ ଉଭୟଙ୍କୁ ଘଟଣାସ୍ଥଳକୁ ନେଇଥିବା ଜଣାଯାଇଛି । କଟାମୁଣ୍ଡ କୁଆଡେ଼ ଗଲା ସେ ନେଇ ଅଭିଯୁକ୍ତଙ୍କୁ ପୁଚରାଉଚୁରା କରାଯାଉଛି । ଅନ୍ଧାରୁଅର-ଦାସପୁର ରାସ୍ତାକଡ଼ ବୁଦା ମୂଳରୁ ଜଣେ ମହିଳାଙ୍କ ମସ୍ତକ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରଥମେ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯିବା ପରେ ତାଙ୍କର ମୁଣ୍ଡ କଟା ଯାଇଥିବା ଚର୍ଚ୍ଚା ହେଉଛି ।