ମହିଳାଙ୍କୁ କାନ୍ଦିବା ମନା
ମହିଳାଙ୍କୁ କାନ୍ଦିବା ମନା
ମା ହେବା ଜଣେ ମହିଳାଙ୍କ ଜୀବନର ସବୁଠୁ ବଡ ଖୁସିର ମୁହୂର୍ତ୍ତ ହୋଇଥାଏ। ଏହି ଦିନକୁ ସବୁ ମହିଳାମାନେ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ସମୟର ଅନୁଭବ ଜୀବନର ବହୁତ ଖାସ୍ ଏବଂ ସ୍ୱତନ୍ତ୍ର ହୋଇଥାଏ। ଆଉ ଏଥିପାଇଁ ଜଣେ ମାଆ ଅସହ୍ୟ ପୀଡା ଯନ୍ତ୍ରଣାକୁ ସହିଥାଏ। ଲୋକକଥା ରହିଛି ତ ପିଲା ଜନ୍ମ କରିବା ସମୟରେ ଜଣେ ମାଆର ଦ୍ୱିତୀୟ ଜନ୍ମ ହୋଇଥାଏ। କାରଣ ଏହି ସମୟରେ ସେ ଅନେକ କଷ୍ଟ, ଯନ୍ତ୍ରଣା ଏବଂ ବେଦନା ଓ ମୃତ୍ୟୁକୁ ମାତ୍ ଦେଇ ପୁର୍ନବାର ଜୀବିତ ହୋଇଉଠେ। କିନ୍ତୁ ପ୍ରସବ ସମୟରେ ଜଣେ ମହିଳା ତାର କଷ୍ଟ ଯନ୍ତ୍ରଣାକୁ ଲୁଚାଇ ରଖିପାରେ ନାହିଁ ଫଳରେ ଚିତ୍କାର କରି କାନ୍ଦିଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ଏହି ପ୍ରସବକୁ ନେଇ ଅନେକ ଦେଶରେ ଅଲଗା ଏବଂ ଅଦ୍ଭୁତ ମାନ୍ୟତା ବି ରହିଛି। କେଉଁଠି ପ୍ରସବ ପୀଡା ସମୟରେ କାନ୍ଦିବାକୁ ମନା ତ ଆଉ କେଉଁଠି ଯନ୍ତ୍ରଣା ହେବା ନିହାତି ଜରୁରୀ କୁହାଯାଇଛି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ବି ଦେଶ ଅଛି ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଇଥାଏ । ଏଥିସହିତ ଏହା ଉପରେ କଟକଣା ମଧ୍ୟ ଲଗାଯାଇଛି । ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଉଛି । ନାଇଜେରିଆରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଏ । ଏହା ସେଠାକାର ପରମ୍ପରା ବୋଲି ବିବେଚନା ମଧ୍ୟ କରାଯାଏ । ତେବେ ନାଇଜେରିାର ହୌସା ସମୁଦାୟର ଲୋକମାନେ ପ୍ରସବ ସମୟରେ ମହିଳାମାନଙ୍କୁ ଚିତ୍କାର କରିବାକୁ ବାରଣ କରିଥାନ୍ତି । ଏହା ସେମାନଙ୍କ ସମୁଦାୟର ପରମ୍ପରା ବୋଲି କୁହାଯାଏ । ଏହି ଘଟଣାକୁ ନେଇ ନାଇଜେରିଆର ମୋଫୋଲୁବାକେ ଜୋନ୍ସ ତାଙ୍କ ନିଜ ଜୀବନର ଅଭିଜ୍ଞତା ବିଷୟରେ କହିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ମୋଫୋଲୁବାକେ ଜୋନ୍ସ ଦୁଇଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସେ ତାଙ୍କ ପ୍ରଥମ ସନ୍ତାନକୁ ନାଇଜେରିଆରେ ଜନ୍ମ ଦେଇଥିଲେ । ଫଳରେ ସେଠାରେ ସନ୍ତାନ ଜନ୍ମ ହେଲା ସମୟରେ ତାଙ୍କୁ କାନ୍ଦିବାକୁ ବାରଣ କରାଯାଇଥିଲା । ଯାହାକି ସେ ଦେଶର ନିୟମ ବେଲି କୁହାଯାଇଥିଲା । ତେବେ ସେଠିକାର ନିୟମ ଅନୁସାରେ ଜଣେ ମହିଳା ସନ୍ତାନକୁ ଜନ୍ମ ଦେବାବେଳେ ସେମାନଙ୍କୁ କାନ୍ଦିବାକୁ ମନା କରାଯାଏ । କାରଣ ଇସାଇ ଧର୍ମରେ ଇଶ୍ୱରଙ୍କ ପ୍ରତି ଅବଂଗ୍ୟା କରିଥିବାରୁ ମହିଳାଙ୍କୁ ଏପରି କଷ୍ଟ ସଜା ଆକାରରେ ମିଳିଥାଏ । ଏଠାରେ ଖୁବ୍ କମ୍ ବୟସରୁ ଝିଅ ମାନଙ୍କୁ ଶିକ୍ଷା ଦିଆଯାଇଥାଏ କି ପ୍ରସବ ସମୟରେ ଡରିବା , କାନ୍ଦିବା ଅତ୍ୟନ୍ତ ନିନ୍ଦନୀୟ । ଏପରିକି ଯେଉଁ ମହିଳା ପ୍ରସବ ସମୟରେ ଯେତେ କଷ୍ଟ ସହିପାରିବ , ସେ ମହିଳା ସେତେ ସକ୍ଷମ ବୋଲି ଗ୍ରହଣ କରାଯାଇଥାଏ । ଚିତ୍କାର କରିବା ଦ୍ୱାରା ଯନ୍ତ୍ରଣା କମ୍ ହୋଇନଥାଏ ବରଂ ଚୁପଚାପ୍ ସହିଯିବାକୁ ଶିକ୍ଷା ଦିଆଯାଇଥାଏ।




admin 