ମହାନଦୀରେ ବୁଡି ଚାଲିଗଲା ଜୀବନ
ଚୌଦାର: ଚୌଦ୍ୱାର ଥାନା କୟଳପଡା ପଞ୍ଚାୟତର ସିମଲିହାଣ୍ଡ ଗ୍ରାମର ନଦୀତୁଠରେ ଜଣେ ଗାଧୋଇ ଯାଇଥିବା ବେଳେ ବୁଡ଼ିଯାଇ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିମିଳାହାଣ୍ଡ ଗ୍ରାମର ନକୁଳ ଦାସ (୫୫) । ସେ ହୋଲି ଖେଳି ସାରି ନଦୀକୁ ଗାଧୋଇ ଯାଇଥିଲେ। ହେଲେ ବିଳମ୍ବ ସତ୍ତେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ। ପରେ ନଦୀକୂଳକୁ ଯାଇ ଖୋଜା ଖୋଜି କରି ପାଣି ଭିତରୁ ନକୁଳଙ୍କୁ ପାଇଥିଲେ। ହେଲେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ମୃତ ଦେହକୁ ପୁଲିସ ଜବତ କରି କଟକ ବଡ଼ ମେଡିକାଲ ବ୍ୟବଛେଦ ପାଇ ପଠାଇ ତଦନ୍ତ କରୁଛି ।




admin 