ମାର୍ଚ୍ଚ ୫ ରେ ପ୍ରଦର୍ଶିତ ହେବ ଡ଼ାକୋଟା
ଭୁବନେଶ୍ୱର : ବିଜୁବାବୁଙ୍କ ଡ଼ାକୋଟା ବଖାଣିବ ଇତିହାସ । କଲିକତାରୁ ଭୁବନେଶ୍ୱର ଅଣାଯାଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାକୁ ନୂଆ ରୂପ ଦିଆଯାଉଛି । ଯନ୍ତ୍ରପାତି ଖଞ୍ଜା କାମ ପ୍ରାୟ ସରି ଆସିଲାଣି । ଡ଼ାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଶକୁ ବିମାନବନ୍ଦର ସାମ୍ନାରେ ରଖାଯାଇଛି ।
ଆସନ୍ତା ସୋମବାର ସୁଦ୍ଧା ଫୁ୍ୟଜ ଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଇଞ୍ଜିନ ଓ ୱିଙ୍ଗ୍ସ ସଂଯୋତ କରାଯିବା ବିମାନଟି ଦୀର୍ଘଦିନ ପଡ଼ିରହିଯିବା ଯୋଗୁଁ ଅନେକ ଅଂଶ ନଷ୍ଟ ହୋଇଯାଇଛି ।ଇଞ୍ଜିନିୟରଙ୍କ ଦ୍ୱାରା ବିମାନରେ ଯେଉଁ ଅଂଶ ଭାଙ୍ଗି ଯାଇଛି ତାକୁ ସଜଡ଼ା ଯାଇଛି । ପେଂଟିଂ ଏବଂ ଡେ଼ଂଟି କାମ ଚାଲିଛି । ଟର୍ମିନାଲ -୧ ବିଲ୍ଡି ସମ୍ମୁଖରେ ବିମାନ ବନ୍ଦର କର୍ତ୍ତୁପକ୍ଷ ଡ଼ାକୋଟାକୁ ରଖାଯିବା ପାଇଁ ସରକାରଙ୍କୁ ୧.୧ ଏକର ଜାଗା ଯୋଗାଇ ଦେଇଛନ୍ତି । ବିମାନବନ୍ଦର ଲମ୍ବ ପ୍ରାୟ ୬୪.୮ ଫୁଟ , ଡେ଼ଣାକୁ ମିଶାଇ ୯୫ ଫୁଟ ।
ଦୀର୍ଘବର୍ଷ ଧରି କୋଲକତା ବିମାନବନ୍ଦରେ ପଡ଼ିରହିଥିଲା । ୮ ଟନ୍ ଓଜନର ଏହି ବିମାନକୁ ଫେରାଇ ଆଣିଛନ୍ତି ରାଜ୍ୟ ସରକାର । ଡ଼ାକୋଟାକୁ ସଜାଡ଼ିବା ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହେବା ସହ କଲିକତାରୁ ଭୁବନେଶ୍ୱର ଆଣିବା ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ାକୋଟା ବିମାନକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୫ ରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରାଯିବା ସମ୍ଭାବନା ରହିଛି ।




admin 