ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ: ପ୍ରକାଶ ମିଶ୍ର

ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ: ପ୍ରକାଶ ମିଶ୍ର

ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ: ପ୍ରକାଶ ମିଶ୍ର

ଭୁବନେଶ୍ୱର:  ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ଏହା ସହ ମନ୍ତ୍ରୀ ପଦରୁ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି । ସିସିଟିଭି ଯାଞ୍ଚ କରାଯାଉ ନାହିଁ । ଷଡ଼ଯନ୍ତ୍ରକୁ ଚପେଇ ଦେବା ପାଇଁ ପ୍ରମାଣ ନଷ୍ଟ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ।

ସେ ଆହୁରି କହିଛନ୍ତି ଯେ, ପୋଲିସ ସବୁ ଦିଗରେ ତଦନ୍ତ କରୁନାହିଁ । ଏବେ ଯାଏଁ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ନାହାନ୍ତି ।