ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ୱ

ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ୱ

ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ୱ
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ପୂର୍ବତନ ଉପ ରାଜ୍ୟପାଳ ଗୀରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଉକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିହ୍ନାଙ୍କୁ ନିଯକ୍ତିକୁ ଗୁରୁବାର ଅନୁମୋଦନ ପ୍ରଦାନ କରିଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ରହିଥିବା ସିହ୍ନା ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦର ଏକ ବର୍ଷ ପୂର୍ତ୍ତି ସମୟରେ ମୁର୍ମୁୁ ଇସ୍ତଫା ପ୍ରଦାନ କରିଥିଲେ । ତେବେ ମୁର୍ମୁଙ୍କୁ ସିଏ୍ଜି ପଦବୀରେ ନିଯୁକ୍ତ କରାଯିବାର ସମ୍ଭାବନା ଦେଖାଦେଇଛି । ସିଏଜି ରହିଥିବା ରାଜୀବ ମହର୍ଷିଙ୍କ କାର୍ଯ୍ୟକାଳ ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି ।