ମଦ ଶୁଙ୍ଘିଲେ ହେବ ନାହିଁ କରୋନା, ଆମେରିକୀୟ ବୈଜ୍ଞାନିକଙ୍କ ଦାବି
ମଦ ଶୁଙ୍ଘିଲେ ହେବ ନାହିଁ କରୋନା, ଆମେରିକୀୟ ବୈଜ୍ଞାନିକଙ୍କ ଦାବି
ୱାଶିଂଟନ: କରୋନା କବଳରୁ ମୁକ୍ତି ପାଇଁ ରାହା ଖୋଜୁଛି ସାରା ବିଶ୍ୱ । ଏହାକୁ କିପରି ରୋକା ଯାଇପାରିବ ଏନେଇ ସାରା ବିଶ୍ୱରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହି ସଂକ୍ରମଣରୁ ଦୂରେଇବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି । ଏପରି ସ୍ଥଳେ ଏକ ବିସ୍ମୟକର ଦାବି ସାମ୍ନାକୁ ଆସିଛି । ଆମେରିକାର କେତେକ ବୈଜ୍ଞାନିକ ମଦ ଶୁଙ୍ଘିଲେ କରୋନା ସଂକ୍ରମଣ ହେବ ନାହିଁ ବୋଲି ଦାବି କରୁଛନ୍ତି । ଏହାଦ୍ୱାରା ମାତ୍ର ଅଳ୍ପ କିଛି ମିନିଟ୍ ମଧ୍ୟରେ ନିଶ୍ୱାସ ନେବା ସହଜ ହେବା ସହିତ ଫୁସଫୁସ ସଂକ୍ରମଣରୁ ମଧ୍ୟ ଏହା ସୁରକ୍ଷା ଦେବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନର ସେଂଟ ର ଫର୍ ଡ୍ରଗ୍ ଇଭୋଲୁ୍ୟଶନ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏନେଇ ଗବେଷଣା କରାଯାଉଛି । ଦିଲ୍ଲୀର ବୈଜ୍ଞାନିକ ଶକ୍ତି ଶର୍ମା ଏନେଇ କରିଥିବା ପରୀକ୍ଷା ନିରୀକ୍ଷାରେ ସଫଳତା ହାସଲ କରିବା ପରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନକୁ ଚିଠି ଲେଖିଛନ୍ତି । କରୋନା ଭୂତାଣୁ ନାକ ପଟେ ଗଳା ଦେଇ ଫୁସଫୁସରେ ପହଁଚିଥାଏ । ତେଣୁ ୫୬ ପ୍ରତିଶତ ଆଲକୋହଲ ଅକ୍ସିଜେନ ଏଆର୍ଡିଏସ ସହାୟତାରେ ନିଶ୍ୱାସ ନେବା ସମୟରେ ଫୁସଫୁସରେ ପହ ।ଯାଇଥାଏ । ଏହାଦ୍ୱାରା ଅନେକ ସୁଫଳ ମିଳିଥାଏ । ଏନେଇ ଇସଲାମଙ୍କ ସହିତ ଆମେରିକାର ଏଡୱେ ିସ୍ ହସ୍ପିଟାଲର ବିଶେଷଜ୍ଞ ଟିମ୍ ପରୀକ୍ଷା କରିଥିଲେ । ପ୍ରତି ମିନିଟରେ ୩.୬ ମିଲିଗ୍ରାମ୍ ଆଲକୋହଲ ବାଷ୍ପ ଅକ୍ସିଜେନ ସହିତ ନିଶ୍ୱାସ ନେବାବେଳେ ଫୁସଫୁସକୁ ପଠାଗଲେ ଧିରେଧିରେ ଆକ୍ରାନ୍ତଙ୍କ ସ୍ଥିତିରେ ପରିବ ର୍ନ ଆସିଥାଏ । ପରୀକ୍ଷା ସମୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ରତିଦିନ ଲଗାତାର ୪୫ ମିନିଟ୍ ଆଲକୋହଲ ବାଷ୍ପ ଦିଆଯିବା ଦ୍ୱାରା ସୁଫଳ ମିଳିଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।