ମଣିଷ ଯେ କେତେ ତଳକୁ ଖସି ନିର୍ଦ୍ଧୟ ହୋଇପାରେ ତାର ଏକ ଜ୍ୱଳନ୍ତ ଘଟଣା : ପଢିଲେ ଜାଣିବେ ପୁରା ଘଟଣା
ମଣିଷ ଯେ କେତେ ତଳକୁ ଖସି ନିର୍ଦ୍ଧୟ ହୋଇପାରେ ତାର ଏକ ଜ୍ୱଳନ୍ତ ଘଟଣା : ପଢିଲେ ଜାଣିବେ ପୁରା ଘଟଣା
ଭୁବନେଶ୍ୱର: ପୁଣି ନିର୍ଦ୍ଧୟତାର ଏକ ଚିତ୍ର ଦେଖିବାକୁ ମିଳିଛି । ମଣିଷ ଯେ କେତେ ତଳକୁ ଖସି ନିର୍ଦ୍ଧୟ ହୋଇପାରେ ତାର ଏକ ଜ୍ୱଳନ୍ତ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୋଇଥିବା କୁକୁର ଛୁଆ ଉପରେ ଗାଡ଼ି ଚଢାଇ ଦେବା ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ସତ୍ୟବିହାର କଲୋନି ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ରାସ୍ତାରେ ଶୋଇଥିବା ୪ଟି କୁକୁର ଛୁଆଙ୍କୁ ଏକ କାର୍ ଦ୍ରୁତ ବେଗର ଆସି ଦଳିଚକଟି ପଳାଇଲା । କିଛି ସମୟ ଛଟପଟ ହୋଇ ଛୁଆ ଗୁଡ଼ିକ ଆଖି ବୁଜିଦେଲେ । ମା’ କୁକୁର କୁଁ କୁଁ ହୋଇ କାନ୍ଦିବାକୁ ଲାଗିଲା । ଆଖପାଖ ଲୋକେ ଦେଖିବା ପରେ ସେମାନଙ୍କ ହୃଦୟ ତରଳି ଗଲା । ଏଭଳି ନୃଶଂସ ଡ୍ରାଇଭରଙ୍କ ବିରୋଧରେ ସେମାନେ ମଞ୍ଚେଶ୍ୱର ଥାନାରେ ଏତଲା ଦେଲେ । ପୁଲିସ ସେମାନଙ୍କ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କଲା ।
ସତ୍ୟବିହାର ଅଞ୍ଚଳରେ ଅଣଓସାରିଆ ରାସ୍ତାରେ କୁକୁର ଛୁଆଙ୍କ ଉପରେ ଜାଣିଶୁଣି ସଂପୃକ୍ତ ଡ୍ରାଇଭର ଗାଡ଼ି ଚଢ଼ାଇ ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେବା ହିଁ ସଂକଳ୍ପ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ରୁଦ୍ରାଶିଷ ବିଶ୍ୱଜିତ୍ ସଂପୃକ୍ତ ଡ୍ରାଇଭରଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏତଲା ଦେଇଛନ୍ତି ।




admin 