ମଣିପୁରରେ ୪ ଆତଙ୍କବାଦୀ ନିହତ

ମଣିପୁରରେ ୪ ଆତଙ୍କବାଦୀ ନିହତ

ମଣିପୁରରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ସୁରକ୍ଷା ବାହିନୀଙ୍କ ଗୁଳିରେ ମଣିପୁରର ହିଙ୍ଗୋରାନି ଅଞ୍ଚଳରେ ଚାରି ଆତଙ୍କବାଦୀ ନିହତ ହୋଇଛନ୍ତି।  ରବିବାର ସକାଳେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଅପରେସନ୍ ଏପର୍ୟ୍ୟନ୍ତ ମଧ୍ୟ ଜାରି ରହିଛି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ କୁକି ଗୋଷ୍ଠୀର ଥିଲେ। ଏହି ଅପରେସନରେ ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ତିନିଟି କୋର ସାମିଲ ହୋଇଥିଲେ।

ମଣିପୁରରେ ପ୍ରତିରକ୍ଷା ମନ୍ତ୍ରଣାଳୟର  ପିଆର୍ଓ କହିଛନ୍ତି ଯେ ଶନିବାର ଦିନ ଏହି ଅପରେସନ ଆରମ୍ଭ କରାଯାଇଥିଲା। ରବିବାର ସକାଳେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ କୁକି ଗୋଷ୍ଠୀର ଥିଲେ।