ମଙ୍ଗଳଗ୍ରହରେ ଗୁପ୍ତ ଜଳାଶୟର ସନ୍ଧାନ!

ମଙ୍ଗଳଗ୍ରହରେ ଗୁପ୍ତ ଜଳାଶୟର ସନ୍ଧାନ!

ମଙ୍ଗଳଗ୍ରହରେ ଗୁପ୍ତ ଜଳାଶୟର ସନ୍ଧାନ!

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଗୁପ୍ତ ଜଳାଶୟର ସନ୍ଧାନ ମିଳିଛି। ଏହାର ଆକାର ଭାରତୀୟ ରାଜ୍ୟ ହରିୟାଣା ଆକୃତିର। ଅର୍ଥାତ୍ ୪୫ହଜାର ବର୍ଗକିଲୋମିଟର ହେବ ବୋଲି ଅନୁମାନ କରାଯାଇଛି। ମଙ୍ଗଳର ଭାଲେସ୍ ମାରିନେରିସ୍ ଅଞ୍ଚଳ ଭୂଭାଗର ନିମ୍ନସ୍ତରରେ ରହିଛି ଏହି ବୃହତ୍ ଜଳାଶୟ। ଭାଲେସ୍ ମାରିନେରିସ୍ର ୪୫ଡିଗ୍ରି କୋଣରେ ଏହା ରହିଥିବା ସ୍ପଷ୍ଟ ହୋଇଛି। ଏହା ମଙ୍ଗଳର ଏକ ମେରୁ ଅଞ୍ଚଳ ଭାବେ ଜଣାପଡ଼ିଛି। ଏହି ସୂଚନା ଦେଇଛି ‘ଟ୍ରେସ୍ ଗ୍ୟାସ୍ ଅର୍ବିଟର’ (ଟିଜିଓ)। ପ୍ରାୟ ୬ଲକ୍ଷ ୩୦ହଜାର ବର୍ଗକିଲୋମିଟର ଅଞ୍ଚଳର ଚିତ୍ର ଉତ୍ତୋଳନବେଳେ ସେଠାରେ ବରଫ ଓ ଉଦ୍ଜାନ ବାଷ୍ପ ଏବଂ ଜଳ ଧାରଣ କରିବା ଭଳି କିଛି ରାସାୟନିକ ବସ୍ତୁର ଅବସ୍ଥିତି ମଧ୍ୟ ସ୍ପଷ୍ଟ ହୋଇଛି। ରୁଷୀୟ ମହାକାଶ ଗବେଷଣା ସଂସ୍ଥା ଇଗୋର ମିଟ୍ରୋଫାନୋଭ ଦର୍ଶାଇଛି ଯେ ଉପରକୁ ମଇଳା ଓ ଧୂଳିସ୍ତର ଦେଖାଯାଉଥିଲେ ମଧ୍ୟ ଏହାର ନିମ୍ନ ଭାଗରେ ଜଳ ତରଳ ଓ ବରଫ ଅବସ୍ଥାରେ ରହିଛି। କେକେତ ସ୍ଥାନରେ ପୂର୍ବରୁ ଜଳର ସନ୍ଧାନ ମିଳିଥିବାବେଳେ ସଦ୍ୟ ତଥ୍ୟ ଏହାକୁ ଦୃଢ଼ୀଭୂତ କରିଛି।