ଭ୍ୟାକସିନ ନେଇ ବଡ଼ ଖବର

ଭ୍ୟାକସିନ ନେଇ ବଡ଼ ଖବର

ଭ୍ୟାକସିନ ନେଇ ବଡ଼ ଖବର

ଭୁବନେଶ୍ୱର : କରୋନା ଟିକା ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି  । ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବ  । ସେମାନଙ୍କୁ କାର୍ବେଭାକ୍ସ ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ପୂର୍ବରୁ ୧୪ ବର୍ଷରୁ ଉଦ୍ଧ୍ୱର୍ଙ୍କୁ କରୋନା ଟିକା ଦିଆଯାଇଥିଲା  ।

ସେହିପରି ମାର୍ଚ୍ଚ ୧୬ରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ମଧ୍ୟ ପ୍ରତିଷେଧମୂଳକ କରୋନା ଡୋଜ ଦିଆଯିବ  । ସୂଚନାଯୋଗ୍ୟଯେ, ଗତବର୍ଷ ଜାନୁଆରୀ ୧୬ରେ କରୋନା ଟିକା ପ୍ରଦାନ କରାଯାଇଥିଲା  । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଥିଲା  । ପରେ ସମ୍ମୁଖ ଯୋଦ୍ଧାମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଥିଲା  । ସେହିପରି ୨୦୨୧ ଅପ୍ରେଲ ପହିଲାରୁ ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକା ପ୍ରଦାନ ନେଇ ଘୋଷଣା କରାଯାଇଥିଲା  ।

ଏହାପରେ ଭାରତ ସରକାର ୧୮ରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକା ଦେବାନେଇ ଘୋଷଣା କରିଥିଲେ  । ଗତବର୍ଷ ମେ’ ପହିଲାରୁ ଏହି ଟିକାକରଣ ଆରମ୍ଭ ହୋଇଥିଲା  । ସେହିପରି ଜାନୁଆରୀ ୩ରୁ ୧୫ରୁ ୧୮ ବୟସର କିଶୋରମାନଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା  । ଏହାଛଡ଼ା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀ, ୬୦ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ବା ପ୍ରତିଷେଧମୂଳକ ଡୋଜ ପ୍ରଦାନ କରାଯାଇଥିଲା  ।