ଭ୍ଲୋଦିମିର ଜେଲେନସ୍କିଙ୍କ କାର ଦୁର୍ଘଟଣା

ଭ୍ଲୋଦିମିର ଜେଲେନସ୍କିଙ୍କ କାର ଦୁର୍ଘଟଣା

ଭ୍ଲୋଦିମିର ଜେଲେନସ୍କିଙ୍କ କାର ଦୁର୍ଘଟଣା

କିଭ୍‌ : ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କ କାରଦୁର୍ଘଟଣାଗ୍ରସ୍ତ ହୋଇଛି ।  ରାଜଧାନୀ କିଭ୍‌ର ଗୋଟିଏ ଟ୍ରାଫିକ ପୋଷ୍ଟ ଅତିକ୍ରମ କରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ବେଳେ ଜେଲେନସ୍କି କାର ମଧ୍ୟରେ ରହିଥିଲେ । ସେ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ କେହି ବି ଗୁରୁତର ହୋଇ ନଥିବା ଜେଲେନସ୍କିଙ୍କ ମୁଖପାତ୍ର ସେରହି ସୂଚନା ଦେଇଛନ୍ତି ।

ତବେ କେଉଁ ପରିସ୍ଥିତିରେ ଓ କେତେବେଳେ ଏହା ଘଟିଥିଲା, ସେ କଥା କହି ନାହାନ୍ତି । କେବଳ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍‌ ସହ ଆଉ ଗୋଟିଏ ଘରୋଇ କାର୍‌ର ଧକ୍କା ହୋଇଥିଲା ବୋଲି ସେ କହିଛନ୍ତି ।

 ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା, ତା’ର ତଦନ୍ତ କରାଯାଉଛି । ଘଟଣା ପରେ ଜେଲେନସ୍କିଙ୍କ ସହ ଥିବା ମେଡିକାଲ ଟିମ୍‌ ଘରୋଇ କାରର ଡ୍ରାଇଭରଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେଇଥିଲେ । ସେହିପରି ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ ବୋଲି ସେରହି କହିଛନ୍ତି ।

ତାଙ୍କର ଏହି ସୂଚନା ପରେ ଜେଲେନସ୍କିଙ୍କ ଅଫିସ ପକ୍ଷରୁ ସେ ଦେଶବାସୀଙ୍କୁ ଦୈନିକ ସମ୍ବୋଧନ କରୁଥିବା ଭିଡିଓକୁ ରିଲିଜ କରାଯାଇଥିଲା । ଏଥିରେ ଜେଲେନସ୍କି ସୁସ୍ଥ ଥିବା ଭଳି ଦେଖାଯାଉଥିବା ବେଳେ ରୁଷ ସହ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଛନ୍ତି ।