ଭୂମି ପେଦନେକରଙ୍କ ଜଲୱା
ଭୂମି ପେଦନେକରଙ୍କ ଜଲୱା
ମୁମ୍ବାଇ: ଏବେ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଅଛନ୍ତି ଭୂମି ପେଦନେକର । କାରଣ ୨୦୨୩ରେ ଗୋବିନ୍ଦା ନାମ ମେରା, ଭିଡ଼, ଭକ୍ଷକ, ଦ ଲେଡ଼ି କିଲର, ଅଫୱାହ, ମେରି ପତ୍ନୀ କା ଏବଂ ଆହୁରି ଦୁଇଟି ସିନେମାରେ ସେ ଦେଖିବାକୁ ମିଳିବେ । ଗୋଟିଏ ବର୍ଷରେ ସାତଟି ସିନେମାରେ ସୁଯୋଗ; ଅବଶ୍ୟ ଏକଥା ଆଗଧାଡ଼ିର ଅଭିନେତ୍ରୀ ମାନେ ଆଶା କରି ନଥିବେ ।
ପୂର୍ବରୁ ଦମ୍ ଲଗାକେ ହୈସା, ଟଏଲେଟ୍: ଏକ ପ୍ରେମ କଥା, ଶୁଭ ମଙ୍ଗଲ, ଲଷ୍ଟ ଷ୍ଟୋରିଜ, ସୋଞ୍ଚିରିୟା, ସାଣ୍ଡ କୀ ଆଁଖ, ବାଲା, ପତି ପତ୍ନୀ ଔର ୱ, ଡ଼ଲି କିଟି ଔର ଚମକତେ ସିତାରେ, ଦୁର୍ଗାମତି, ବଧାଇ ଦୋ, ରକ୍ଷା ବନ୍ଧନ ଆଦି ସିନେମାରେ ଅଭିନୟ କରିସାରିଛନ୍ତି । ଭୂମିଙ୍କ ଅଭିନୟର ଅନ୍ଦାଜରେ ପ୍ରଶଂସକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି। ଏବେ ଭୂମି ପେଦନେକର ବଲିଉଡ଼ର ଆଗଧାଡ଼ିର ଜଣେ ଶ୍ରେଷ୍ଟ ବଲିଉଡ଼ ଅଭିନେତ୍ରୀ ।




admin 