ଭୁଲ ମାଗିଲେ ପାକିସ୍ତାନୀ ମଡେଲ, ଜାଣନ୍ତୁ କାରଣ

ଭୁଲ ମାଗିଲେ ପାକିସ୍ତାନୀ ମଡେଲ, ଜାଣନ୍ତୁ କାରଣ

ଭୁଲ ମାଗିଲେ ପାକିସ୍ତାନୀ ମଡେଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଶିଖମାନଙ୍କ ପବିତ୍ର ସ୍ଥାନ କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବଠାରେ ପାକିସ୍ତାନର ଜଣେ ମଡେଲ ମୁଣ୍ଡକୁ ନଘୋଡାଇ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବାରୁ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି । ମଡେଲ ଜଣକ ହେଉଛନ୍ତି  ସୌଲେହା । ମନ୍ନତ କ୍ଲଦିଂ ବ୍ରାଣ୍ଡ ପକ୍ଷରୁ ମଡେଲଙ୍କ ଫଟୋ ପୋଷ୍ଟ କରାଯାଇଥିବାରୁ ଉଭୟ ମଡେଲ ଏବଂ ବ୍ରାଣ୍ଡକୁ ସମାଲୋଚନା କରାଯାଇଛି । ଶିଖମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା କିମ୍ବା ସୁଟିଂ ଉଦ୍ଦେଶ୍ୟରେ ସେ ଏହି ଫଟୋ ଉଠାଇ ନାହାନ୍ତି । କରତାରପୁରକୁ ବୁଲିଯାଇଥିବାରୁ ଏହାକୁ ଏକ ସ୍ମୃତି ଭାବେ ରଖିବା ପାଇଁ ଫଟୋ ଉଠାଇଥିଲେ । ତେବେ ଏହା ଯଦି କାହାରିକୁ ଆଘାତ ଦେଇଥାଏ ତା ହେଲେ ସେ ଏଥିପାଇଁ କ୍ଷମା ମାଗୁଛନ୍ତି ବୋଲି କହି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏଥିସହିତ ସେହି ଫଟୋକୁ ଡିଲିଟ କରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବରେ କୌଣସି ମହିଳା ମୁଣ୍ଡ ଘୋଡ଼ାଇବା ବାଧ୍ୟତାମୂଳକ । ଏହା ଦ୍ୱାରା ଶିଖମାନଙ୍କ ପବିତ୍ର ସ୍ଥାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥାଏ ।