ଭୁବନେଶ୍ୱର ତହସିଲ, ଉପଜିଲ୍ଲାପାଳ ଅଫିସ ସିଲ୍
ଭୁବନେଶ୍ୱର ତହସିଲ, ଉପଜିଲ୍ଲାପାଳ ଅଫିସ ସିଲ୍
ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲ୍ଲାପାଳ ଦପ୍ତର ଓ ତହସିଲ କାର୍ଯ୍ୟାଳୟରେ ପଶିଛି କରୋନା । ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଉଭୟ କାର୍ଯ୍ୟାଳୟକୁ ୨ ଦିନ ପାଇଁ ସିଲ କରାଯାଇଛି । ଏହି ସମୟ ଭିତରେ କେହି ବି ସେଇ କାର୍ଯ୍ୟାଳୟକୁ ଯା’ ଆସ କରିପାରିବେ ନାହିଁଁ । ଏହି ସମୟ ଭିତରେ ଉଭୟ ଅଫିସକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସାନିଟାଇଜ କରାଯିବ । ଅପରପକ୍ଷରେ ଆଜିଠାରୁ ୫ ଦିନ ପାଇଁ ଉଭୟ ଅଫିସକୁ ବନ୍ଦ କରାଯାଇଛି ।
ଭୁବନେଶ୍ୱର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଉଭୟ ଅଫିସକୁ ପ୍ରତିଦିନ ଶହଶହ ଲୋକେ ଆସୁଥିବାବେଳେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା ୩ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଓ ୨ଜଣ ଅତିରିକ୍ତ ତହସିଲଦାର ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଅଫିସ ଖୋଲା ରହିଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଉଭୟ ଅଫିସକୁ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହି ଚିଠି ପାଇବା ପରେ ବିଏମସି କମିଶନର ସ୍ଥାନୀୟ ଜୋନାଲ କମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି, ତୁରନ୍ତ ଦୁଇଟି ଯାକ ଅଫିସକୁ ବିଶୋଧନ (ସାନିଟାଇଜ) କରାଯାଉ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନେ ଆଇସୋଲେସନରେ ରହିବେ । ଆଉ ଯେଉଁ କର୍ମଚାରୀମାନଙ୍କର କରୋନା ଲକ୍ଷଣ ରହିଛି କିମ୍ବା ସେମାନଙ୍କ ସମ୍ପର୍କରେ ଆସିଥିଲେ, ସେମାନେ ତୁରନ୍ତ ଟେଷ୍ଟ କରିବାକୁ ବିଏମସି ନିଦେ୍ର୍ଧଶ ଦେଇଛି । ୨୦ ତାରିଖରେ ଉଭୟ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟିଂ କ୍ୟାମ୍ପ କରାଯିବ ।




admin 