ଭୁବନେଶ୍ବର ମେୟର ନିର୍ବାଚନ, ଆଗେଇ ଚାଲିଛି ବିଜେଡି
ଭୁବନେଶ୍ବର ମେୟର ନିର୍ବାଚନ, ଆଗେଇ ଚାଲିଛି ବିଜେଡି
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ହେଲେ ଭୁବନେଶ୍ବର ସ୍ଥିତ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ୨ ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । ୪ଟି ପର୍ୟ୍ୟାୟରେ ଏଠାରେ ଗଣତି କରାଯିବ ।
ତେବେ ଦିନ ୧୨ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେଡିର ସୁଲୋଚନା ଦାସ ଆଗୁଆ ରହିଛନ୍ତି । ସେ ୧୪ ,୬୦୨ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ୯୦୩୧ ଭୋଟ ଓ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ୟ୍ୟ ଭୋଟ ୬୯୧ ପାଇଛନ୍ତି ।
କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ଡେରି ହୋଇଥିବା ସୂଚନା ମିଳିଛି । ସେହିପରି ଗଣତି ସମୟରେ ଷ୍ଟ୍ରଙ୍ଗରୁମ ଭିତର ଓ ବାହାରପଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ତେବେ ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗତକାଲି(ଶୁକ୍ରବାର) ପ୍ରବଳ ଗଣ୍ଡଗୋଳ ହୋଇଥିଲା । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଛାଉଣୀ ମଧ୍ୟରେ ଷ୍ଟ୍ରଙ୍ଗରୁମ୍ରେ ଜଣେ ଯୁବକ ପଶିଥିବା ନେଇ ବିଜେପି ଅଭିଯୋଗ କରିବା ପରେ ଏଭଳି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲ ଅଞ୍ଚଳରେ ବିଜେଡି ଆଗରେ ରହିଛି । ଅଧିକାଂଶ ସ୍ଥାନରେ ବିଜେଡି ବାଜିମାତ କରିସାରିଲାଣି । ବିଜେଡିର ବିଜୟ ବାନା ଉଡ଼ିବାରେ ଲାଗିଛି । ସୁନାମୀ ଭଳି ବିଜେଡି ମାଡ଼ିଚାଲିଛି ।




admin 