ଭିଜିଲାନ୍‌ସ ଜାଲରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର:  କିଛି ଦିନ ହେବ ଭିଜିଲାନ୍‌ ଚଢ଼ଉ ଜୋରଦାର ହେଉଛି। ଅନେକ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି।  ଭୁବନେଶ୍ୱରରେ କାର୍ୟ୍ୟରତ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡ ବି ଡିଭିଜନ ଫୋର୍ର ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ଭିଜିଲାନ୍ସ ରେଡ୍ କରୁଛି ।

ଅଜୟଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ଶ୍ରୀବିହାରରେ ଥିବା ଅପାଣ୍ଟମେଣ୍ଟ୍, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅଫିସ, ଅନୁଗୋଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚାଉ କରାଯାଇଛି ।


୫ଜଣ ଡିଏସ୍ପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚାଉରେ ସାମିଲ ହୋଇଛନ୍ତି ।  ଚଢାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ୮୪ହଜାର ଟଙ୍କା ସହ ତିନୋଟି  ଦାମୀ ବାଇକ୍ ମଧ୍ୟ ଜବତ କରାଯାଇଛି ।  ଜବତ ହାର୍ଲୋ ବାଇକର ଦାମ ୭ ଲକ୍ଷରୁ ଅଧିକ ହୋଇଥିବା ବେଳେ ଅନ୍ୟ  ହାର୍ଲୋ ବାଇକର ଦାମ୍ ୫ ଲକ୍ଷରୁ ଅଧିକ ହେବ । ସେହିପରି ଡୁକାଟି ବାଇକର ଦାମ୍ ୮ ଲକ୍ଷ ବୋଲି ଜଣାପଡ଼ିଛି । ଭିଜିଲାନ୍ସ ୧୦ଟି ପ୍ଲଟ୍ ୩ଟି ଘରର କାଗଜପତ୍ର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି ।

କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି, ମୋ ଘର କାମ ପାଇଁ ଏତେ ଟଙ୍କା ଘରେ ରଖିଥିଲି ।  ମୁଁ ଢେଙ୍କାନାଳ ଚାକିରି କରୁଥିବା ସମୟରେ ନିର୍ବାଚନ ପାଇଁ  ଆରଟିଆଇ ପ୍ରେମ ସୁନ୍ଦର ଗଡନାୟକ ମୋତେ ଚାନ୍ଦା ମାଗିଥିଲେ । ମୁଁ ଚାନ୍ଦା ଦେଇନଥିଲି । ମୁଁ ଚାନ୍ଦା  ନ ଦେବାରୁ ସେ ମୋତେ ଧମକ ଦେଇଥିଲେ ।  ସେ ମୋ ନାଁରେ  ମଧ୍ୟ ପୁଲିସ କେସ୍ କରିଥିଲେ ।  ସେ ଭିଜିଲାନ୍ସ ପାଖରେ  ମୋ ନାଁରେ ଅଭିଯୋଗ କରିଛନ୍ତି ବୋଲି ଅଜୟ ମିଶ୍ର କହିଛନ୍ତି ।