ଭାଲେଣ୍ଟାଇନ ଡେ଼’ରେ ସ୍ୱାମୀଙ୍କୁ କରନ୍ତୁ ନିଜର ଦିୱାନା
ଭାଲେଣ୍ଟାଇନ ଡେ଼’ରେ ସ୍ୱାମୀଙ୍କୁ କରନ୍ତୁ ନିଜର ଦିୱାନା
ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇ ଡେ଼’ । ପ୍ରେମୀ ଯୁଗଳ ଓ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମର ସଞ୍ଚାର ସୃଷ୍ଟି ହୋଇଥାଏ । ସମସ୍ତେ ଏହି ଦିନଟିକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ କରିଥାନ୍ତି । ସମୟରେ ସବୁ କପଲ୍ ମାନେ ନିଜକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରନ୍ତି । ଖାସ୍ କରି ମହିଳା ମାନେ ନିଜ ସ୍ୱାମୀଙ୍କୁ ଇମ୍ପ୍ରେସ କରିବା ପାଇଁ ନିଜକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରନ୍ତି । ଏହି ଦିନଟିରେ କ’ଣ ପିନ୍ଧିବେ ଏଥିପାଇଁ ସମସ୍ତେ ଥାଆନ୍ତି ଚିନ୍ତାରେ । ତେବେ ଆସନ୍ତୁ ଜାଣିବା କ’ଣ ପିନ୍ଧିବେ ?
ମିନି ଡ୍ରେସ
ପ୍ରେମର ଦିବସରେ ଅଧିକାଂଶ ମହିଳା ନାଲି ରଙ୍ଗକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ନାଲି ଗୋଲାପ, ସାଙ୍ଗକୁ ନାଲି ଡେ଼୍ରସ ଓ ଲିପଷ୍ଟିକରେ ବହୁତ ଆକର୍ଷଣୀୟ ଲୁକ ପାଇ ପାରିବେ । ଆପଣ ଏଥିପାଇଁ ଗାଡ଼ ନାଲି ରଙ୍ଗର ମିଳି ଡ୍ରେସ ପିନ୍ଧିପାରିବେ । ଏହା ସାଙ୍ଗକୁ ହେୟାର ଷ୍ଟାଇଲ କରନ୍ତୁ କିମ୍ବା ଚୁଟି ଖୋଲା ରଖିଲେ ମଧ୍ୟ ସୁନ୍ଦର ଲାଗିବେ ।
ପ୍ଲୋରାଲ ଡ୍ରେସ
ଏହି ଦିବସଟି ପ୍ରେମୀ ଯୁଗଳ ଗୋଲାପ ଦେଇ ସେଲିବ୍ରେଟ କରନ୍ତି । ଯଦି ଏହି ଦିବସ ଉପଲକ୍ଷେ ଆପଣ ପ୍ଲୋରାଲ ପ୍ରିଣ୍ଟ ଡ୍ରେସ ପିନ୍ଧିବେ ତେବେ ଆପଣଙ୍କ ଉପରୁ ନଜର ହଟିବନାହିଁ ପାର୍ଟନରଙ୍କର । ଏହା ସାଙ୍ଗରେ ହାଇ ହିଲ୍ ପିନ୍ଧନ୍ତୁ ।
ନୁଡ଼ଲ ଷ୍ଟାପ ଡ୍ରେସ
ଲମ୍ବା ଡ୍ରେସ ଯଦି ଆପଣ ପିନ୍ଧିବାକୁ ପସନ୍ଦ କରନ୍ତି ତେବେ ନୁଡ଼ଲ ଷ୍ଟାପ ଷ୍ଟାଇଲର ଡ୍ରେସ ପିନ୍ଧନ୍ତୁ । ଯଦି ଆପଣଙ୍କ ଡ୍ରେସଟି ଅଧିକ ଲମ୍ବା ଥାଏ ତେବେ ଆପଣ ମ୍ୟାଚିଙ୍ଗ ବେଲ୍ଟ ମଧ୍ୟ ପିନ୍ଧିପାରିବେ । ଏହା ସାଙ୍ଗରେ ମ୍ୟାଚିଙ୍ଗ ବ୍ୟାଗ ମଧ୍ୟ ଧରିପାରିବେ ।
ଡ୍ରେସ ଯୋଡ଼ି କରି ପିନ୍ଧନ୍ତୁ
ଯଦି ଆପଣ ଟପ ସହିତ ଜିନ୍ସ ପିନ୍ଧିବେ ତେବେ ମ୍ୟାଚିଙ୍ଗ ସ୍ନିକର ମଧ୍ୟ ପିନ୍ଧି ପାରିବେ । ରେଡ଼ ଟପ ସହିତ ଡେ଼ନିମ କଲର ଜିନ୍ସ କିମ୍ବା ବ୍ଲାକ ମଧ୍ୟ ଆକର୍ଷଣୀୟ ଲାଗିବ ।
ଭାଲେଣ୍ଟାଇନ ଶାଢ଼ୀ
ଭାଲେଣ୍ଟାଇନ ଡେ଼ ରେ ଆପଣ ଆପଣଙ୍କ ସ୍ୱାମୀଙ୍କୁ ଆକର୍ଷିତ କରିବା ପାଇଁ ରେଡ଼ କଲରର ଶାଢ଼ୀ ମଧ୍ୟ ପିନ୍ଧି ପାରିବେ । ଏହା ସହିତ ହାଲକା ମେକଅପରେ ଆପଣ ସୁନ୍ଦର ଲୁକ ପାଇପାରିବେ ।




admin 