ଭାରତ ଦମଦାର ବିଜୟ

ଭାରତ ଦମଦାର ବିଜୟ

ଭାରତ ଦମଦାର ବିଜୟ
ନୂଆଦିଲ୍ଲୀ: ଭାରତ ଦମଦାର ବିଜୟ । ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ଲାଭ କରିଛି । ମୋଦି ଷ୍ଟାଡିୟମରେ ଭାରତ ଐତିହାସିକ ବିଜୟ ଲାଭ ସହିତ ଟେଷ୍ଟ ବିଶ୍ୱଚମ୍ପିଆନସିପରେ ଫାଇନାଲରେ ସ୍ଥାନ ପକା କରିଛି । ଇଂଲଣ୍ଡକୁ ଏକ ଇନିଂସ ଓ ୨୫ ରନରେ ହରାଇଲା ଭାରତ । ଦ୍ୱିତୀୟ ଇନିଂସରେ ଅକ୍ଷର ପଟେଲ ଓ ଆର. ଅଶ୍ୱିନୀ ସମାନ ଇଂଲଣ୍ଡର ୧୦ ୱିକେଟକୁ ଭାଗ କରିନେଲେ । ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ୫ଟି ଲେଖାଏଁ ୱିକେଟ ମିଳିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ କରିଥିବା ବେଳେ ଭାରତ ୩୬୫ ରନ୍ କରିଥିଲା । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ୧୩୫ ଅଲଆଉଟ୍ ହୋଇଥିଲେ । ୪ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ବିଜୟୀ ଲାଭ କରିଛି ।