ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି ୨୦ : ସିରିଜ କବଜା କଲା ଭାରତ

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି ୨୦ : ସିରିଜ କବଜା କଲା ଭାରତ

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି ୨୦ : ସିରିଜ କବଜା କଲା ଭାରତ
ସିଡନୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି ୨୦ ଶୃଙ୍ଖଳା ଉପରେ କବଜା କରି ନେଇଛି ଭାରତ । ଅନ୍ତିମ ଓଭରରେ ବିଜୟ ପାଇଁ ୧୪ ରନ ଆବଶ୍ୟକ ରହିଥିବା ବେଳେ ମାତ୍ର ୪ ବଲରେ ଦଳକୁ ଫନିଶିଂ ଲାଇନ ପାର କରାଇଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ୨୨ ବଲରୁ ୪୨ ରନ ସଂଗ୍ରହ କରିଥିବା ପାଣ୍ଡ୍ୟା ଦୁଇ ଛକ୍କା ସହିତ ମ୍ୟାଚ ସମାପ୍ତ କରିଥିଲେ । ୧୯୫ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତ ୪ ୱିକେଟ ହରାଇ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଶିଖର ଧୱନ ସର୍ବାଧିକ ୫୨ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୦ ରନର ଇନିଂସ ଖେଳିଥିଲେ । ଏହି ବିଜୟ ସହିତ ଟି ୨୦ରେ ଭାରତ କ୍ରମାଗତ ୧୦ଟି ମ୍ୟାଚରେ ବିଜୟୀ ହୋଇଛି । ଟସ ଜିତି ଅଧିନାୟକ ବିରାଟ କୋହଲି ବୋଲିଂର ନିଷ୍ପତ୍ତି ନେଇଥିଲେ । ଅଧିନାୟକ ତଥା ଓପ୍ନର ମାଥ୍ୟୁ ୱେଡ(୫୬) ଡାର୍ସି ସର୍ଟ(୯)ଙ୍କ ସହିତ ୪୭ ରନର ଭାଗିଦାରୀ କରିଥିଲେ । ତୃତୀୟ ୱିକେଟରେ ଷ୍ଟିଭେନ ସ୍ମିଥଙ୍କ ସହିତ ୪୮ ରନର ଭାଗିଦାରୀ ହୋଇଥିଲା । ୱେଡ ୩୨ ବଲରୁ ୧୦ ଚୌକା ଏବଂ ୧ ଛକ୍କା ସହାୟତାରେ ୫୮ ରନ ସଂଗ୍ରହ କରିଥିଲେ । ସ୍ମିଥ ୩୮ ବଲର ସମ୍ମୁଖୀନ ହୋଇ ୩ ଚୌକା ଏବଂ ଦୁଇ ଛକ୍କା ସହାୟତାରେ ୪୬ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟାକ୍ସୱେଲ (୨୨) , ହେନରିକସ(୨୬) ଏବଂ ଷ୍ଟୋଇନିସ(୧୬) ରନର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ଟି ନଟରାଜନ ୨୦ ରନ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଶାର୍ଦ୍ଧୁଲ ଠାକୁର ଅନ୍ୟ ୱିକେଟଟି ଅକ୍ତିଆର କରିଥିବା ବେଳେ ଦୀପକ ଚହର ଏବଂ ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୧୯୫ ରନର ପିଛା କରୁଥିବା ଭାରତ ପକ୍ଷରୁ ଦୁଇ ଓପନର ବଢିଆ ଆରମ୍ଭ କରିଥିଲେ । କେ ଏଲ ରାହୁଲ (୩୦) ଏବଂ ଶିଖର ଧୱନ (୫୨) ପ୍ରଥମ ୱିକେଟରେ ୫୬ ରନ ଯୋଡିଥିଲେ । ରାହୁଲ ୨୨ଟି ବଲରୁ ୩୦ ରନ କରି ଆଉଟ ହୋଇଥିଲେ । ରାହୁଲଙ୍କ ଇନିଂସରେ ୨ ଚୌକା ଏବଂ ଛକ୍କା ସାମିଲ ଥିଲା । ଏହାପରେ ଶିଖର ଧୱନ ୩୬ ବଲର ସମ୍ମୁଖୀନ ହୋଇ ୪ ଚୌକା ଏବଂ ୨ ଛକ୍କା ସହାୟତାରେ ୫୨ ରନ କରିଥିଲେ । କୋହଲି ଗିଅର ବଦଳାଇ ବିପଜ୍ଜନକ ହୋଇ ଆସୁଥିବା ବେଳେ ଡାନିଲ ସାମ୍ସ ତାଙ୍କୁ ଆଉଟ କରିଥିଲେ । ତେବେ ୩ ଓଭରରୁ ୩୭ ରନ ଆବଶ୍ୟକ ଥିବା ବେଳେ ଶେଷଭାଗରେ ହାର୍ଦ୍ଧିକ ପାଣ୍ଡ୍ୟା ୨୨ ବଲରୁ ୪୨ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ୨୨ ବଲର ସମ୍ମୁଖୀନ ହୋଇ ପାଣ୍ଡ୍ୟା ୩ ଚୌକା ଏବଂ ଦୁଇ ଛକ୍କା ଜରିଆରେ ଏହି ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସାମ୍ସ, ଟାଇ, ସ୍ୱେପସନ ଏବଂ ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।