ଆଜିଠୁ ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ

ଆଜିଠୁ ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ

ଆଜିଠୁ ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ
ଗୁୟାନା- ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟି୨୦ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ କରିବା ପରେ ବିଜୟରୁ ଦିନିକିଆ ସିରିଜ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବେ। ଆଜି ଦଳ ପାଇଁ ଓପନିଂ ରୋହିତ ଶର୍ମା ଓ ଶିଖର ଧାବନ କରିବେ । ଧାବନ ଟି୨୦ରେ ଭଲ ପ୍ରଦର୍ଶନ କରିପାରି ନଥିଲେ ସୁଧା ଦିନିକିଆରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି । ତୃତୀୟ ସ୍ଥାନରେ ବିରାଟ କୋହଲି ପଡିଆକୁ ଓହ୍ଲାଇବେ । ତେବେ ୪ ନମ୍ବରରେ କେଏଲ ରାହୁଲ, ମନୀଷ ପାଣ୍ଡେ ଓ ଶ୍ରେୟସ ଆୟାରଙ୍କ ଭିତରୁ ଜଣଙ୍କୁ ସୁଯୋଗ ମିଳିପାରେ । ଋଷବ ପନ୍ତ ମଧ୍ୟ ଏହି ସ୍ଥାନ ପାଇଁ ଜଣେ ପ୍ରମୁଖ ଦାବିଦାର । ୫ ନମ୍ବରରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ । ସେହିପରି ଷଷ୍ଠ ସ୍ଥାନରେ କେଦାର କିମ୍ବା ଆୟାରଙ୍କୁ ଖେଳାଯିବା ନେଇ ଅନୁମାନ କରାଯାଉଛି ।