ଭାରତୀୟ ବାୟୁ‌ସେନା ପାଇଁ କିଣାଯିବ ୫୬ଟି ସି-୨୯୫ ପରିବହନ ବିମାନ

ଭାରତୀୟ ବାୟୁ‌ସେନା ପାଇଁ କିଣାଯିବ ୫୬ଟି ସି-୨୯୫ ପରିବହନ ବିମାନ

ଭାରତୀୟ ବାୟୁ‌ସେନା ପାଇଁ କିଣାଯିବ ୫୬ଟି ସି-୨୯୫ ପରିବହନ ବିମାନ

ନୂଆଦିଲ୍ଲୀ: ଭାରତର ବାୟୁସେନାରେ ପରିବହନ ବିମାନକୁ ଅଧିକ ମଜଭୁତ କରାଯିବ। ଏନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ବାୟୁସେନା ପାଇଁ ଆଗାମୀ ଦିନରେ ୫୬ଟି ସି-୨୯୫ ପରିବହନ ବିମାନ କିଣାଯିବ । ଏହି ବିମାନ ଗୁଡ଼ିକ ସ୍ପେନ୍ରୁ ଆସିବ। ଏଥି ସହିତ ଭାରତୀୟ ସେନାରେ ୬୦ ବର୍ଷ ପୂର୍ବରୁ ବ୍ୟବହୃତ ବିମାନ ଗୁଡ଼ିକ ପରିବର୍ତ୍ତନ କରାଯିବ । 

ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସାରେ ଆଗାମୀ ୪୮ ମାସ ମଧ୍ୟରେ ୧୬ଟି ପରିବହନ ବିମାନ ସ୍ପେନ୍ର ଏୟାର ବସ୍ ଡିଫେନ୍ସ ଯୋଗାଇ ଦେବେ । ବାକି ୪୦ଟି ବିମାନ ଭାରତରେ ଉତ୍ପାଦନ ହେବ । ଏହି ପରିବହନ ବିମାନ ଗୁଡ଼ିକ କିଣିବା ପାଇଁ ୧୮୦୦୦ରୁ ୨୦୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । 

ଭାରତରେ ଉତ୍ପାଦନ ହେବାକୁ ଥିବା ୪୦ଟି ବିମାନକୁ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ଉତ୍ପାଦନ କରିବ । ହସ୍ତାକ୍ଷରର ୧୦ ବର୍ଷ ମଧ୍ୟରେ ଟାଟା କଂପାନିକୁ ବିମାନ ଯୋଗାଇ ଦେବାକୁ ପଡ଼ିବ । ସୂଚନାଯୋଗ୍ୟ, ସି-୨୯୫ ବିମାନରେ ୫ରୁ ୧୦ ଟନ ଓଜନର ସାମଗ୍ରୀ ପରିବହନ କରିହେବ ।