ଭାରତର ଏହି ଦୁଇ କଫ୍‌ ସିରପକୁ ନେଇ ‘ହୁ’ ଦେଲା ସାଂଘାତିକ ଚେତାବନୀ

ଭାରତର ଏହି ଦୁଇ କଫ୍‌ ସିରପକୁ ନେଇ ‘ହୁ’ ଦେଲା ସାଂଘାତିକ ଚେତାବନୀ

ଭାରତର ଏହି ଦୁଇ କଫ୍‌ ସିରପକୁ ନେଇ ‘ହୁ’ ଦେଲା ସାଂଘାତିକ ଚେତାବନୀ

ନୂଆଦିଲ୍ଲୀ : ଭାରତର ନଏଡା ଭିତ୍ତିକ କମ୍ପାନୀ ବାରିଅନ ବାୟୋଟେକ୍‌ ଦ୍ୱାରା ନିର୍ମିତ ଦୁଇଟି କଫ୍‌ ସିରପ ପିଲାଙ୍କୁ ନ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପରାମର୍ଶ ଦେଇଛି । ଏହି କଫ୍‌ ସିରପ ସେବନ କରି ଉଜବେକିସ୍ତାନର ୧୯ଜଣ ଶିଶୁଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ହୁ ଏହି ଚେତାବନୀ ଦେଇଛି ।


ଉକ୍ତ ଦୁଇଟି କଫ୍‌ ସିରପ ହେଉଛି ଆମ୍ବ୍ରୋନୋଲ ସିରପ ଓ ଡକ୍‌-୧ ମାକ୍ସ ସିରପ । ଉତ୍ତରପ୍ରଦେଶର ମାରିଅନ ବାୟୋଟିକ୍‌ ଦ୍ୱାରା ନିର୍ମିତ ଏହି ସିରପକୁ ଲାବୋରାଟୋରିରେ ପରୀକ୍ଷା କରାଯିବା ପରେ ସେଥିରେ ଡାଇଇଥାଇଲିନ୍‌ ଗ୍ଲାଇକୋଲ ଏ ଅଗ୍ରହଣୀୟ ମାତ୍ରାରେ ଥିବା ଜଣାପଡିଲା ବୋଲି ହୁ କହିଛି । ଗତ ଅଗଷ୍ଟ ମାସରେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି କଫ୍‌ ସିରପ ସେବନ କରି ୧୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା । ଇତିମଧ୍ୟରେ ଉତ୍ତରପ୍ରଦେଶ ଖାଦ୍ୟ ନିରାପତ୍ତା ଓ ଡ୍ରଗ୍‌ ପ୍ରଶାସନ ପକ୍ଷରୁ ମାରିଆନ ବାୟୋଟେକର ପ୍ରଡକ୍ସନ ଲାଇସେନ୍ସ ରଦ୍ଦ କରିଦେବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବା ଜଣାପଡିଛି ।