ଭାରତକୁ ଘେରିବା ପାଇଁ ଚୀନର ବଡ଼ ଷଡଯନ୍ତ୍ର

ଭାରତକୁ ଘେରିବା ପାଇଁ ଚୀନର ବଡ଼ ଷଡଯନ୍ତ୍ର

ଭାରତକୁ ଘେରିବା ପାଇଁ ଚୀନର ବଡ଼ ଷଡଯନ୍ତ୍ର
ବେଜିଂ: ଭାରତକୁ ଘେରିବା ପାଇଁ ଚୀନ ଏବେ ବଡ଼ ଷଡଯନ୍ତ୍ର କରିଛି । ଚୀନ ନିଜ ସବୁ ଋତୁର ବନ୍ଧୁ ପାକିସ୍ତାନର ସାମରିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି । ଖୁବଶୀଘ୍ର ଚୀନ କେତେ ଅତ୍ୟାଧୁନିକ ଯୁଦ୍ଧ ପୋତ ଏବଂ ଚୁଡ଼ା ଜାହାଡ଼ ପାକିସ୍ତାନକୁ ବିକି୍ର କରିବାକୁ ଯାଉଛି । ପାକିସ୍ତାନର ନୌସେନାକୁ ଭାରତର ସମକକ୍ଷ ହରାଇବାକୁ ଯୋଜନା କରି ଚୀନ ଏଭଳି ପଦକ୍ଷେପ ନେଇଛି । ଏଥିପାଇଁ ୪ଟି ଯୁଦ୍ଧ ପୋତ ଏବଂ ୮ଟି ବୁଡ଼ା ଜାହାଜ ବିକି୍ର ପାଇଁ ଚୁକ୍ତି ଚୂଡା" ହୋଇଛି । ପାକିସ୍ତାନ ନୌସେନାରେ ବରିଷ୍ଠ ଅଧିକାରୀମାନେ ଚୀନ ଗସ୍ତରେ ଯାଇ ଏସବୁ ଯୁଦ୍ଧ ପୋତ ଏବଂ ବୁଡ଼ା ଜାହାଜର ଅପରେସନ ଦେଖିଥିବା ଜଣାପଡ଼ିଛି । କ୍ରୁକ କ୍ଷେପଣାସ୍ତ୍ର ଖଂଜା ଯାଇଥିବା ଏହି ଯୁଦ୍ଧ ପୋତ ପାକିସ୍ତାନକୁ ବିକି୍ର କରି ଭାରତର ସମସ୍ୟା ବଢ଼ାଇବାକୁ ଚୀନ ଚାହୁଛି । ଲଦାଖରେ ଚୀନ ସେନାର ସବୁ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରୁଥିବାରୁ ଏବେ ପାକିସ୍ତାନ ମାଧ୍ୟମରେ ଚାପ ସୃଷ୍ଟି କରିବାକୁ ଚୀନ ଯୋଜନା କରିଛି ।