ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭର୍ଚୁଆଲ ପ୍ରଚାର କରିବେ ନବୀନ
ଭୁବନେଶ୍ୱର: ଓଡ଼ିଶାରେ ଉପନିର୍ବାଚନ ତାତି ବେଶ୍‌ ଜୋର ଧରିଛି । ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ପ୍ରଚାର ମଧ୍ୟ ବେଶ୍‌ ଜମିସାରିଛି। ଏହି ଦୁଇ ଆସନରେ ତ୍ରିମୁଖୀ ଲଢେଇ ହେଉଥିବାବେଳେ ସବୁ ଦଳମାନଙ୍କର ତରଫରୁ ଜୋର୍‌ସୋରରେ ପ୍ରଚାର ଚାଲିଛି । ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍‌ ହାତେଇବାକୁ ପ୍ରୟାସ କରୁଛନ୍ତି ନେତାମାନେ । ଉଭୟ ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ। ତେବେ ନବୀନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲ ପାଇଁ ଆସନ୍ତା କାଲି ପ୍ରଚାର କରିବେ । ସେହିପରି ଆସନ୍ତା ୨୯ ତାରିଖରେ ବାଲେଶ୍ବରରେ ଭର୍ଚୁଆଲ ପ୍ରଚାର କାର୍ୟ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ତିର୍ତ୍ତୋଲରେ ବିଜେଡି ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦରପାଇଁ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଛି । ବହୁ ହେଭିଓ୍ବେଟ୍‌ ନେତା ଓ ବିଧାୟକମାନେ ପ୍ରଚାର କରୁଛନ୍ତି